ଯାଦବ ସମାଜ ବୁଦ୍ଧିଜୀବୀ ମଞ୍ଚର ଉଦ୍‌ଘାଟନୀ

  • ସମାଜିକ,ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତିକୁ ଗୁରୁତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡା ଜିଲ୍ଲାର ଶତାଧିକ ଯାଦବ, ବୁଦ୍ଧିଜୀବୀମାନଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ସଂପାଦକ ପ୍ରଦିପ ସେଲମାଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ସହକାରୀ ଯନ୍ତ୍ରୀ ଜଳ ସଂପଦ ବିଭାଗର ବୀରରାଜ ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ଛବିଳ ବଗର୍ତ୍ତି, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ସୋନପୁର ଜିଲ୍ଲା ଯାଦବ ସମାଜର ସଭାପତି ତପନ ଜୁଏଡ, ନୁଆପଡା ଯାଦବ ସମାଜ ସଭାପତି ସନ୍ତୋଷ ନିହାଲ ମଞ୍ଚାସୀନ ରହିଥିଲେ । ଯାଦବ ସମାଜର ସର୍ବୋପରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମାଜିକ ତଥା ଅର୍ଥନୈତିକ ବିକାଶ କ୍ଷେତ୍ରରେ ସମାଜର ବିଭିନ୍ନ କ୍ଷେତ୍ରରେ ଥିବା ବୁଦ୍ଧିଜୀବୀ ଏବଂ ବିଶେଷଜ୍ଞଙ୍କ ମାଧ୍ୟମରେ କିପରି ଉନ୍ନତି ସାଧିତ ହେବ ତା’ ଉପରେ ବିଷଦ ଆଲୋଚନା ହୋଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ବିରେନ୍ଦ୍ର ବନ୍‌ଛୋରଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଯାଦବ ବୁଦ୍ଧିଜୀବୀ ମଞ୍ଚ, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ କମିଟିର ମନୋନୀତ ସଭ୍ୟମାନଙ୍କର ନାମ ଘୋଷଣା ହୋଇଥିଲା । ସର୍ବଶ୍ରୀ ଧବଳେଶ୍ୱର ବାଗ, ଆବାହକ ଛବିଳ ବଗର୍ତ୍ତି ସଭାପତି, ଜ୍ୟୋତିର୍ଣ୍ଣ ବନଛୋର ସାଧାରଣ ସଂପାଦକ, ପିତବାସ ବେହେରା, ସଂଯୋଜକ ଏବଂ ଅଧ୍ୟାପକ ଦିବାକର ପୋଢ, ଅଧ୍ୟାପକ କବିରାଜ ଭୋଇ, ଅଧ୍ୟାପକ ଉମାକାନ୍ତ ନାଗ, ଅଧ୍ୟାପକ ଡିଲେଶ୍ୱର ନାଗ, କାର୍ଯ୍ୟକାରୀ ସଭାପତି ରୂପେ ତଥା ସର୍ବଶ୍ରୀ ରଞ୍ଜିତ ଛତର, ଏଡଭୋକେଟ ତପନ ଯୁଆଡି, ଦ୍ୱାରିକା ବାଗ, ଉପସଭାପତି ରୂପେ ଏବଂ ନିଳକଣ୍ଠ ବଗର୍ତ୍ତି, ସାଂଗଠାନିକ ସଂପାଦକ, ପବିତ୍ର ହଂସା, କାର୍ଯ୍ୟାଳୟ ସଂପାଦକ ଧିରେନ୍ଦ୍ର କୁମାର ବନ୍‌ଛୋର, ଯୋଗାଯୋଗ ସମ୍ପାଦକ, କିର୍ତ୍ତିଚନ୍ଦ୍ର ଗଉଡ ସମ୍ପାଦକ, ସୁଧାଂଶୁ ଶେଖର ନାଗ କୋଷାଧ୍ୟକ୍ଷ ଓ ମନବୋଧ ଭୋଇ, ବସନ୍ତ ମହାକୁର, ତ୍ରିନାଥ ପୁଞ୍ଜିଙ୍କୁ କାର୍ଯ୍ୟକାରୀ ସଭ୍ୟ ରୂପେ ମନୋନୀତ କରାଗଲା । ତତ୍‌ ସଙ୍ଗେ ପ୍ରଶାନ୍ତ ମହାକୁରଙ୍କୁ ଗଣମାଧ୍ୟମ ପ୍ରତିନିଧି ଦାୟିତ୍ୱ ପ୍ରଦାନ କରାଗଲା । ମଞ୍ଚର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଜିଲ୍ଲା ପାଇଁ ଗଠିତ ବୁଦ୍ଧିଜୀବୀ କମିଟି ଘୋଷଣା କରାଗଲା । ସଭାରେ ବିଭିନ୍ନ ଜିଲ୍ଲାରୁ ବ୍ଲକ ଏବଂ ଜିଲ୍ଲା ଯାଦବ ପରିବାରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅରକ୍ଷିତ ଜୁଏଡ, ଦୁତିବାହନ ଚନ୍ଦନ, ଅଷ୍ଟମି ବଗର୍ତି, କିଶୋର କୁମାର ସାହୁ, ଭଗବାନ ବଗର୍ତ୍ତି, ବସୁଦେବ ନାଗ, ଖରତମଲ ରାଉତ, ଧୃବ ଯୁଏଡ, ହରିଶଙ୍କର ଛତ୍ରିଆ, ସନ୍ଦିପ ବାଗ, କୃଷ୍ଣଚନ୍ଦ୍ର ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ଭଗବାନ ବଗର୍ତ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.