ବିଜେଡିର ବଲାଙ୍ଗିର ବ୍ଲକ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଅର୍ନ୍ତଗତ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ବଲାଙ୍ଗିରର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ କର୍ମକର୍ତ୍ତାଙ୍କୁ କର୍ମଠ, ସୁସଙ୍ଗଠିତ ତଥା ନିର୍ଭୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକ ଲଢୁଆ ସୈନିକ ହୋଇ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇ ଲୋକଙ୍କ ସୁଖ ଦୁଃଖରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଯୁବନେତା ଅର୍କେଶ ନାରାୟଣଙ୍କ ନେତୃତ୍ୱକୁ ସମର୍ଥନ କରି ବିଭିନ୍ନ ପଞ୍ଚାୟତର କଂଗ୍ରେସ ଓ ବିଜେପିର କର୍ମୀ ଯଥା ମିର୍ଧାପାଲି ପଞ୍ଚାୟତର ଦନାର୍ଦନ ପଟେଲ, ସୁବଲ ନାଏକ, ସରୋଜ ରାଉତ, ଦିଗାମ୍ବର ଅତାବରିଆ, ପରମେଶ୍ଵର ଭୁଏ, କାଲିଆ ଜାଲ ଯୋଗଦାନ କରିଥିବା ବେଳେ ଚନ୍ଦନଭାଟି ପଞ୍ଚାୟତରୁ ଜୟନାରାୟଣ ମେହେର, ମଣ୍ଟୁ ବେହେରା, ଭୀଷ୍ମ ମେହେର, ସରୋଜ ମେହେର, ଖେଜରା ମେହେର, ନେଜେରା ମେହେର, ସୁବଲ ମେହେର, ବୁଲୁ ମେହେର, ହାଡୁ ପୁଟେଲ, ପ୍ରଶାନ୍ତ ସାହୁ, ଶିଲୁ ମନହୀରା, ଟଙ୍କ ମନହୀରା, ତପ ବୁଡେକ, ଜପ ବୁଡେକ, କୁମର ମନହୀରା, ରାଜୁ ନନ୍ଦ, ଆଶିଶ ସୁନା, ରାଜନ ନନ୍ଦ, ନାରାୟଣ କୁମ୍ଭାର, ନିଲୁ ମନହୀରା, ବିରେନ୍ଦ୍ର ମରେହି, ସୁଶାନ୍ତ ସୁନା, ନସିବ ମନହିରା, ହେମନ୍ତ ମରେଇ, ମିଙ୍କୁ ପୁରୋହିତ, ହିରୋଜ ବେହେରା, ଜଗନ୍ନାଥ ମେହେର, ହୃଷିକେଶ ମେହେର ଯୋଗଦାନ କରିଛନ୍ତି ।

ସେହିପରି କୁଟୁମ୍ବଡୋଲା ପଞ୍ଚାୟତର ଅରବିନ୍ଦ ଦୀପ, ପିତବାସ ପଟେଲ, ଯୋଗେନ୍ଦ୍ର ବିଶ୍ୱାଳ ବିଜୁ ଜନତା ଦଳରେ ସ୍ୱେଚ୍ଛାକୃତ ଭାବରେ ଯୋଗଦାନ କରିଥିବା ବେଳେ ଏହି କର୍ମୀ ସମ୍ମିଳନୀ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ସମ୍ପାଦକ କୁଳମଣି ମେହେର, କାର୍ୟ୍ୟକାରୀ ସଦସ୍ୟ ସନ୍ତୋଷ ଦନ୍ତା, ଶିକାଛିଡା ସମିତି ସଭ୍ୟ ନିହାର ରଞ୍ଜନ ସ୍ୱାଇଁ , ସଦର ବ୍ଲକ ଯୁବ ସଭାପତି ଆଶୀର୍ବାଦ ସାହୁ, ବ୍ଲକ ମହିଳା ସଭାପତି ରିନା ଭରାସାଗର, ୨୩ ନମ୍ବର ଜୋନ ଜିଲ୍ଲାପରିଷଦ ସତ୍ୟନାରାୟଣ ଭୋଇ, ସରୋଜ ସ୍ୱାଇଁ, ସୁରୁସୂତା ବାଗ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ହୋତା । ଧନ୍ୟବାଦ ଦେଇଥିଲେ ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଚାଇନା ମେହେର ।

Leave A Reply

Your email address will not be published.