oom

ପୂର୍ବତନ ବିଧାୟକଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍

jsmm

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-ବ୍ରାହ୍ମଣବୋଷ ରାସ୍ତା ଉପରେ ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ’ଙ୍କ ଠାରୁ ୮୦’ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶନିବାର ଦିନ ଗମ୍ଭାରିଆ ଗ୍ରାମର ସେକ୍ ଶାହାଜାହାନ୍’ଙ୍କ ଠାରୁ ଧାର ସୂତ୍ରରେ ୮୦’ ହଜାର ଟଙ୍କା ନେଇ ଜେଏଚ୍ ୦୫ ଡିଏଲ୍ ୩୭୭୯’ ନଂ ଏକ ହିରୋ ଡୁଏଟ୍ ସ୍କୁଟିରେ ବାହ୍ମଣବୋଷ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ କ୍ରସର୍ ନିକଟରେ ଗୋଟିଏ ବାଇକରେ ତିନିଜଣ ଦୁର୍ବୃତ୍ତ ପଛପଟୁ ଆସି ହିନ୍ଦୀ ଭାଷାରେ ରାସ୍ତା ପଚାରିବା ବାହାନାରେ ଅଟକାଇଲା ପରେ ହଠାତ୍ ଆକ୍ରମଣ କରି ତାଙ୍କୁ ବିଧା ଗୋଇଠା ମାରି ତଳେ ପକାଇ ଦେଇଥିଲେ । ଫଳରେ ହେଲମେଟ୍ ଏବଂ ଚଷମା ଖସି ପଡିଥିଲା । ପରେ ସାର୍ଟ କଲର ଭିଡିଧରି ଧମକାଇବା ସହ ପକେଟ୍‌ରେ ଥିବା ଟଙ୍କା ଲୁଟିନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପୂର୍ବତନ ବିଧାୟକ ଶ୍ରୀ ହାଁସଦାଃ ଘଟଣା ସମ୍ବନ୍ଧରେ ଥାନାକୁ ଖବର ଦେବା ସହିତ ଲିଖିତ ଏତେଲା ଦେଇଥିବା ବେଳେ ଥାନାରେ କେଶ୍ ନଂ ୮୧/୨୧’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବହଳଦା ଥାନା ପୋଲିସ ।

jittmm
Leave A Reply

Your email address will not be published.