ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନକଲ୍ୟାଣରେ ସମୟ ଦେଉଥିବା ବ୍ୟକ୍ତି କେବେ ବି ଅନ୍ୟମାନଙ୍କ ଦ୍ୱାରା ହତାଦର ହେବେ ନାହିଁ । ଏହି ଉକ୍ତି ହିଁ ଆମ ମନରେ ଆଶା ସଂଚାର କରିଥାଏ । ଆଶାରେ ହିଁ ଆମେ ବଂଚିଥାଉ । ଆଶା ମଣିଷର ବିଶ୍ୱାସ ହେବା ବିଧେୟ ବୋଲି ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ଶାଖା ତରଫରୁ ବଲାଙ୍ଗିର ସରକାରୀ ଟାଉନ ହାଇସ୍କୁଲରେ ଆୟୋଜିତ ହୋଇଥିବା ଚାରି ଦିନିଆ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରାଥମିକ ଚିକିତ୍ସା ତାଲିମ ଶିବିରର ଉଦ୍‌ଯାପନୀ ଦିବସରେ ଯୋଗଦେଇଥିବା ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୀରା କୁମାରୀ ନାଏକ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଓଡିଶା ରାଜ୍ୟ ଶାଖା ଯୁବ ରେଡକ୍ରସର ଅଫିସର ଡା. ଅଜୟ କୁମାର ତ୍ରିପାଠୀ, ରାଜ୍ୟ ଶାଖାର ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ପ୍ରୋଗ୍ରାମ କୋଅର୍ଡିନେଟର ରବିଚନ୍ଦ୍ର ପଶାୟତ, ପ୍ରାଥମିକ ଚିକିତ୍ସା ତାଲିମର ପରୀକ୍ଷକ ଡା. ବିକାଶ ପ୍ରସାଦ, ଶିବିରର ତାଲିମ ଦାତା ଅଧ୍ୟାପକ ସୁମନ୍ତ ଦ୍ୱିବେଦୀ, ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଶିବିରାର୍ଥୀ ରାମନାରାୟଣ ଦାଶ, ସସ୍ମିତା ସାହୁ, ଅମରଦିପ କୁଜୁର, ସୁଜାତା ବାରିକ, ନବ କିଶୋର ଦୀପ, ଜୟଦେବ ବେହେରା, ସେବା ବିନୟ ଯୁକ୍ତା ବାରିକ, ମନୋହର ଦାଶ ପ୍ରମୁଖ ଶିବିରର ନିଜସ୍ୱ ଅନୁଭୁତି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମୀ ବିକାଶ ଚନ୍ଦ୍ର ସାହୁ ଆରମ୍ଭ କରିଥିବା ବେଳେ ଆୟୋଜକ ସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ ହେମନ୍ତ ପଧାନ, କସ୍ତୁରୀ ରଥ, ସତ୍ୟାନନ୍ଦ ବିଶ୍ୱାଲ, କୃଷ୍ଣଚନ୍ଦ୍ର ବାଗ, ପ୍ରହଲ୍ଲାଦ ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.