ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି ପଦ୍ମପୁର ଗ୍ରସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ଦିନ ୧୧ ଘଣ୍ଟା ସମୟରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ମୋର୍ଚ୍ଚାର ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ପଣ୍ତା, ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଦିନ ୧୧ ଘଣ୍ଟା ସମୟରେ ପଦ୍ମପୁର ପହଞ୍ଚିବା ପରେ ବରିକେଲ, ଭେଉଁରିଆ, ଲଖମରା ଆଦି ମରୁଡି ଅଞ୍ଚଳ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପଦ୍ମପୁର ସବଡିଭିଜନରେ ଝାରବନ୍ଧ, ପାଇକମାଲ, ପଦ୍ମପୁର, ଗାଇସିଲେଟ, ବିଜେପୁର, ସୋହେଲା ଆଦି ବ୍ଲକରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ୪ଟି ଟିମ୍‌ ଗଠନ କରି ଓଡିଶା ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି ।

Leave A Reply

Your email address will not be published.