ପୁଅ ଉଚ୍ଚ ଜାତିରେ ବିବାହ କଲା ବୋଲି ମା’ ହେଲା ଦୁଷ୍କର୍ମର ଶିକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗ୍ରାମରେ ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଛି । ସତରେ ସ୍ୱାଧୀନର ସାତ ଦଶନ୍ଧି ପରେ ବି ଆମେ ଆଜି ପରାଧୀନ । ଯେଉଁଠି ଜାତିବାଦ, ବର୍ଣ୍ଣବାଦ ରହିଛି ସେଠି ନିଜକୁ ସ୍ୱାଧୀନ କହିବା ଭୁଲ । ଦଳିତ ଜାତି ଉପରେ ଏତେ ଅତ୍ୟାଚାର କଣ ପାଇଁ ? ଗ୍ରାମର ସୂର୍ଯ୍ୟକାନ୍ତି କୁମ୍ଭାରଙ୍କ ପୁଅ ଉଚ୍ଚ ଜାତିର ଝିଅଙ୍କୁ ବିବାହ କରିଥିଲେ ବୋଲି ନିଜ ମା’କୁ ଅପର କାଷ୍ଟର ୧୨ ଜଣ ସଦସ୍ୟ ମିଶି ଦୁଷ୍କର୍ମ କରି ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଦେଇଥିବା ଖବର ମଳିଛି । ଏଇଟା କଣ ସମ୍ବିଧାନର ବ୍ୟବସ୍ଥା । ଘଟଣାର ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିଲେ । ଦୀର୍ଘ ଏଗାର ଦିନ ପରେ ଓଡ଼ିଶା ଭୀମସେନା ଖବର ପାଇ କୁଦୁଲା ଗ୍ରାମକୁ ଯାଇ ପୀଡିତ ପରିବାରକୁ ଭେଟି ପୀଡ଼ିତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଭୀମସେନାର ଚାପରେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଆଠ ଜଣ ଫେରାର ଥିବା ବେଳେ ଫୋର୍‌ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ । ଭୀମସେନାର ରମାକାନ୍ତ ରାବଣ, ବଲବନ୍ତ ସୁନା, ଓଁପ୍ରକାଶ କୁମ୍ଭାର, ସମ୍ରାଟ ସୁରଜ, ପ୍ରଭାତ ରାଜହଂସ ସମେତ ମୁମ୍ବାଇ ଏବଂ ଦିଲ୍ଲୀରୁ ମଧ୍ୟ ଭୀମସେନାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଦଶ ଦିନ ଭିତରେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ନ ମିଳିଲେ ବିଭିନ୍ନ ଦଳିତ ସଂଗଠନ ଏବଂ ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

2 Comments
  1. Raju Meher says

    Duskarma kaari mananku aajiban karadanda kimba fasi danda diyajau

    1. Koshala Prabaha says

      good

Leave A Reply

Your email address will not be published.