କଫ ସିରିପ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଆଜି ପାଇକମାଲ ପୋଲିସ ଗୋଟିଏ ବାଇକ୍ ସହ ୨୦ ବୋତଲ କଫ ସିରିପ ଓ ୪୦ ଗୋଟି ନିଶା ଔଷଧ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଜଣେ ଯୁବକ ହେଲେ ପାଇକମାଲ ଥାନା ପାଇକମାଲ ଗ୍ରାମର ଏଡି ନାସିର୍ (୩୫)ଙ୍କୁ ଗରିଫ କରି ଥାନା ନଂ ୧୬୨ /୨୧ ୟୁ/ଏସ ଆଇପିସି ଦଫା ୨୭୪/୨୭୫ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରାଯାଇଛି ବୋଲି ପାଇକମାଲ ଆଇଆଇସି ବିଶ୍ଵଜିତ ମନୋବଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.