csstore

ଯୁବ ବିଜେଡି ନେତାଙ୍କ ମହାନତା

  • ୮୫ କିଲୋମିଟର ଯାଇ ଭିନ୍ନକ୍ଷମ ନାବାଳକ ପରିବାରକୁ ସହଯୋଗର ହାତ ବଢ଼ାଇଲେ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ନିଜର ମାହାନ ଗୁଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଗଞ୍ଜାମ ସହରର ବିଜେଡି ଯୁବନେତା ସୁଧିର କୁମାର ପାଢୀ । ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତଙ୍କୁ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା ହେଉ କିମ୍ଭା ଅସହାୟ, ନିରୀହ ନିଃସହାୟ ବ୍ୟକ୍ତିମାନଙ୍କୁ ସହଯୋଗର ହାତ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ସେ । ପୁଣିଥରେ ବୁଧବାର ତାଙ୍କ ମାନବୀୟତା ଦେଖିବାକୁ ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଜଣେ
୫ବର୍ଷର ଭିନ୍ନକ୍ଷମ ନାବାଳକର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ହଲିକ୍ସ, ଡାଲି ବିସ୍କେଟ ଆଦି ବିଭିନ୍ନ ଖାଦ୍ୟ ସାମଗ୍ରୀ ଦେଇ ଆସିଥିବା ସୂଚନା ମିଳିଛି ଯୁବନେତା । ଗଞ୍ଜାମ ନଗର ବିଜେଡି ଯୁବ ସଭାପତି ସୁଧିର କୁମାର ପାଢୀ, ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ ଗଞ୍ଜାମ ସହରରୁ ୮୫ କିଲୋମିଟର ଅତିକ୍ରମ କରି ଗଞ୍ଜାମ ଜିଲ୍ଲା ଧାରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତର ଜଗନ୍ନାଥ ପୁର ଶାସନ ଗ୍ରାମର ଶିବରାମ ପ୍ରଧାନଙ୍କ ଘରକୁ ଯାଇ ତାଙ୍କ ଭିନ୍ନକ୍ଷମ ନାବାଳକ ପୁତ୍ର ସାଇରାମର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ୫ହଜାର ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ମନୋଜ ପଣ୍ଡା, ପପୁ ପଣ୍ଡା, ମନୋଜ ପ୍ରଧାନ ପ୍ରମୁଖ ଗଞ୍ଜାମ ଅଂଚଳର ଯୁବ ସ୍ୱେଛାସେବୀ ଓ ଗ୍ରାମାବାସୀଙ୍କ ଉପସ୍ଥିତିରେ ସହାୟତା କରାଯାଇଛି । ଏ ନେଇ ବିଭିନ୍ନ ମହଲରୁ ଯୁବନେତା ଦ୍ୱୟଙ୍କୁ ଉଚ୍ଚ ପ୍ରସଂଶା କରାଯାଇଛି ।

ସୂଚନା ଥାଉକି ଜଗନ୍ନାଥପୁର ଶାସନ ଗ୍ରାମର ଶିବାରମ ପ୍ରଧାନଙ୍କ ପୁଅ ସାଇରାମ ଜନ୍ମରୁ କୌଣସି ଅଜଣା ରୋଗର ଶିକାର ହୋଇ ଖେଳିବା ବୁଲିବା ବୟସରେ ଶଯ୍ୟାଶାୟୀ ହୋଇ ପଡିଛି । ତା’ର ଗୋଡ଼ହାତ ଥରୁଥିବା ବେଳେ ରାତ୍ରରେ ନିଦ ହେଉ ନଥିବା ଏବଂ ଖାଦ୍ୟ ଖାଇବାରେ ସେ ଆଗ୍ରହ ପ୍ରକାଶ କରି ନଥିବା ପରିବାର ପକ୍ଷରୁ କୁହାଯାଇଛି । ଶିବରାମ ଜଣେ ଶ୍ରମଜୀବୀ ହୋଇଥିବା ବେଳେ ପୁଅର ଏପରି ଅବସ୍ଥା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଅର ଚିକିତ୍ସା କରାଇ ସ୍ୱର୍ବଶାନ୍ତ ହୋଇ ପଡିଛନ୍ତି । ହେଲେ ପୁଅର ଶାରୀରିକ ଅବସ୍ଥାରେ ସୁଧାର ଆସିନି । ବର୍ତ୍ତମାନ ତାଙ୍କ ନିକଟରେ କାଣି କଉଡ଼ିଟିଏ ନାହିଁ ।ଋଣ ବାଡ଼ିରେ ବୁଡି ରହି ପରିବାର ପ୍ରତିପୋଷଣ ସହ ପୁଅର ଚିକିତ୍ସା କରାଇବା ଚିନ୍ତା ତାଙ୍କୁ ଘାରିଛି । କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ମନସ୍ଥ କରିଛନ୍ତି ସେ । ଏ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ନିକଟରେ ସହାୟତା ନିମନ୍ତେ ଜଣାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସାହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି । କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ସେ ନିବେଦନ କରିଛନ୍ତି । ଏସ୍‌ବିଆଇ ଏକାଉଣ୍ଟ ନମ୍ବର ୩୪୫୧୫୭୩୩୭୮୧, ଆଇଏଫଏସସିକୋଡ଼ – ଏସ୍‌ବିଆଇଏନ ୦୦୦୪୭୪୦, ଧାରାକୋଟ ବ୍ରାଞ୍ଚରେ ଆର୍ଥିକ ସହାୟତା କରିବାକୁ ସହୃଦୟ ବ୍ୟକ୍ତି ମାନଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

jayashree
Leave A Reply

Your email address will not be published.