ପାଇକମାଲ ଅଞ୍ଚଳରେ ହାତୀର ଆତଙ୍କ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର ଧନୁ ପୁଝାରୀଙ୍କ ଘରେ ରାତି ୧୧ଟା ସମୟରେ ୪ଟି ହାତୀ ଆସି ଶୋଇ ଥିବା ସମୟରେ ଘରକୁ ଭାଙ୍ଗି ଦେଇ ଘରେ ଥିବା ଆସବା ପତ୍ର ଧାନ ଚାଉଲ ମାଣ୍ଡିଆକୁ ଖାଇ ନଷ୍ଟ କରି ଚାଲି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପରିବାର ଲୋକେ ହାତୀକୁ ଦେଖିବା ମାତ୍ରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଦୌଡ଼ି ପଳାଇ ଥିଲେ । କେହିବି ହାତୀ ହାବୁଡରେ ପଡି ନ ଥିଲେ । ଧନୁ ପୁଝାରୀ ଜଣେ ଆଦିବାସୀ ଶ୍ରେଣୀର । ତାଙ୍କର ୫ଟି ଝିଅ, ୧ଟି ପୁଅ, ତାଙ୍କ ପରିବାରରେ ସ୍ଵାମୀ ସ୍ତ୍ରୀ ଏବଂ ତାଙ୍କ ବାପା ମାଆ ଅଛିନ୍ତି । ସେମାନେ ଅତି ଗରିବ ପରିବାର ହୋଇଥିବାରୁ ତାଙ୍କର ନଷ୍ଟ ହୋଇଥିବା ଜିନିଷର କ୍ଷତି ପୂରଣ ଦେବା ପାଇଁ ଗ୍ରାମର କମଳ ତାଣ୍ଡି, ଶୁରୁ ଧନ ବରିହା, ରଘୁ ମଣି ସାହୁ, ଧନୁ ବରିହା, ଦାଉ ଦୀପ, ନୀଳାଚଳ ମାଝୀ ଓ ସମାଜସେବୀ ଲଲିତ ଜଗତ ତଥା ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.