oom

ପାଟଣାଗଡ଼ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଜନ ଆଶୀର୍ବାଦ ଯାତ୍ରା : ବିଭିନ୍ନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ବଲାଙ୍ଗିର ଯିବା ସମୟରେ ପାଟଣାଗଡ଼ ଠାରେ ଏକ ରୋଡ ଶୋ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ସହ ବହୁ କର୍ମୀ ଗଙ୍ଗାସାଗର ଗ୍ରାମରେ ସ୍ଵାଗତ କରିଥିଲେ । ବାଇକ୍ ରାଲିରେ ରୋଡ ଶୋ କରି ମନ୍ତ୍ରୀଙ୍କୁ ସ୍ଵାଗତ କରି ପାଛୋଟି ଆଣିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗଙ୍ଗାଧର ପାର୍କ ସ୍ଥିତ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ବିଜେପି ଯୁବ ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ପାଟଣାଗଡ଼ ସିଟି ଜେରନ ଫୋରମ୍ ସଭାପତି ଦର୍ପଗଂଜନ ପଟ୍ଟନାୟକ, ନୂତନ ସିଟି ଜୋନ ଫୋରମ୍ ସଭାପତି ଘନଶ୍ୟାମ ମେହେର, ଜିଲ୍ଲା କୃଷକ ସଂଘର ସଭାପତି ଜୌତି ପ୍ରଧାନ, ପାଟଣାଗଡ଼ ବଣିକ ସଂଘ ସଭାପତି ରାଜେଶ ମେହେରଙ୍କ ସମେତ ବହୁ ସଂଗଠନର ସଭାପତି ମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବୀରେ ୟୁଥ କୋଶଳ କୋର୍ଡିନେସନ୍‌ କମିଟି ପାଟଣାଗଡ଼ ପକ୍ଷରୁ ମଧ୍ୟ ରାମପୁର ଠାରେ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବାକୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.