ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏବେବି ଅନେକ ଗାଁ ଅଛି ପକ୍କ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଯାହା ଫଳରେ କାନ୍ଦୁଅ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥିତ ଡେଙ୍ଗ ପଞ୍ଚାୟତରୁ ବୁରଡା ଗ୍ରାମର ରାସ୍ତା ପ୍ରାୟ ଏକ କିଲୋମିଟର ହେବ ବର୍ଷା ଦିନେ କାଦୁଅ ଓ ପାଣି ଜମା ହୋଇ ରହିଥାଏ । ଗାଁ ଲୋକେ ମଧ୍ୟ ଅନେକ ଥର ଦୁର୍ଘଟଣାର ସୁମ୍ମୁଖୀନ ହୋଇଛନ୍ତି । ଗାଁରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ବର୍ଷା ଦିନେ ଯାତାୟତ ବ୍ୟବସ୍ଥା ଠପ ହୋଇପଡିଥାଏ । ଗାଁର ଲୋକେ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ରାସ୍ତା ଅତିକ୍ରମ କରି ଲୋକେ ବ୍ଲକ କାର୍ଯ୍ୟାଳୟ ତଥା ବ୍ଲକ ଚିକିତ୍ସାଳୟକୁ ଯାଇଥାନ୍ତି । ଅନେକ ଥର ଗାଁର ଲୋକେ ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଗାଁ ଲୋକଙ୍କ ଗୁହାରୀକୁ କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ପ୍ରଶାସନ କର୍ଣ୍ଣପାତ ନକରିବାରୁ ବୁରଡା ଗ୍ରାମର ଯୁବ ଗୋଷ୍ଠୀ ଅଣ୍ଟା ଭିଡି ନିଜ ଅର୍ଥ ବିନିଯୋଗରେ କାଦୁଅ ଉଦ୍ଧାର କରିବା ସହିତ ରାସ୍ତା ସଫା କରିଥିବା ସୂଚନା ମିଳିଛି । ଲଳିତ ବାଗ, ବାପି ସୁନା, ମାନସ ହରପାଲ, ଅନିଲ ବାଗ, ଯୁବରାଜ ବାଗ ଓ ଶ୍ରୀତମ ମହନନ୍ଦ ଉପସ୍ଥିତ ରହି ସଫା ସୁତୁରା କରିଥିଲେ ।
Prev Post