csstore

ଘୁନେଶ ଗ୍ରାମ ପଞ୍ଚାୟତରେ ଭେକ୍ସିନ୍ ପାଇଁ ସଚେତନତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରା.ପ.ରେ ଭେକ୍ସିନ୍ ନେବାକୁ ସଚେତନତା, ପିଡିଏସ୍ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ପାଇବା, ପାଣିର ସୁବିଧା, ଏନ୍ଆରଇଜିଏସ୍ ସଚେତନତା ବିଷୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଘୁନେଶ ଗ୍ରା.ପ. ଅନ୍ତର୍ଗତ ସମସ୍ତ ଗାଁର ୱାର୍ଡ ମେମ୍ବର, ସଦସ୍ୟ ସଦସ୍ୟା ଓ ନାଏବ ସରପଂଚଙ୍କୁ ନେଇ ସରପଞ୍ଚଙ୍କ ସଭାପତିତ୍ୱରେ ଉକ୍ତ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ସରପଞ୍ଚ ଛବିଳ ଭୋଇ, ଇଓ ପ୍ରଦୀପ ପ୍ରଧାନୀ, ନାଏବ ସରପଞ୍ଚ ଭାନୁମତି ବାଗ, ୱାର୍ଡ ମେମ୍ବର ସଦସ୍ୟ ରାମ ନିଆଲ, ନୂଆଦେଇ ମାଝି, ଚିତ୍ର ନାଗ, ପ୍ରେମରାଜ ଭୋଇ, ଜୟରାମ ବରିହା, ହେମାକାନ୍ତି ନିଆଲ, ବୃନ୍ଦାବତୀ କୂଅଁର, ହେମ କୁମ୍ଭାର ଏବଂ ମୂଲା ମାଝି ପ୍ରମୁଖ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ଇଓ ଶ୍ରୀ ପ୍ରଧାନୀ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁ ଗୁଡିକରେ ଉନ୍ନତି କାର୍ଯ୍ୟ କିପରି ଭାବରେ କରାଯିବ, ତାହା ବିଷୟରେ ଆଲୋଚନା କରି ସଭାସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.