କେନ୍ଦ୍ର ରେଳମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଗସ୍ତକୁ ନେଇ ଭାଜପାର ଖବରଦାତା ସମ୍ମିଳନୀ : କଂଟାବାଂଜିର ଅବ୍ୟବହୃତ ୭୫୦ ଏକର ଜମିର ବିନିଯୋଗ, ଇସ୍ପାତଏକ୍ସପ୍ରେସ, ୨ୟ ରେଳ ଅଣ୍ଡର ବ୍ରିଜ ହେବ ମୁଖ୍ୟ ପ୍ରସଙ୍ଗ

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ର କ୍ୟାବିନେଟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଗସ୍ତରେ ଆସନ୍ତା ୨୨ ଅଗଷ୍ଟରେ କଂଟାବାଂଜି ଆଗମନକୁ ନେଇ ସୋମବାର ଦିନ କଂଟାବାଂଜିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ହରି ଭବନରେ ଅନୁଷ୍ଠିତ ହୋଇଛି । ଏହି ଖବରଦାତା ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଭାରତ ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ପ୍ରଥମ କରି ବଲାଙ୍ଗିର ଗସ୍ତକୁ ଭାଜପା ମହା ଆଡମ୍ବର ସହ ସ୍ୱାଗତ କରିବା ସହିତ କଂଟାବାଂଜିରେ ଥିବା ରେଳ ସମସ୍ୟାକୁ ଉପସ୍ଥାପନ କରିବା ନେଇ ଏକ ଖବରଦାତା ସମ୍ମିଳନୀ କରିଛି । କଂଟାବାଂଜିର ଅବ୍ୟବହୃତ ୭୫୦ ଏକର ଜମି ଏବଂ ଦ୍ୱିିତୀୟ ରେଳ ଅଣ୍ଡର ବ୍ରିଜ ନିର୍ମାଣ ସହିତ ଇସ୍ପାତ ଏକ୍ସପ୍ରେସର କଂଟାବାଂଜି ଯାଏ ସଂପ୍ରସାରଣ ଉପରେ ବିଜେପି କି ପ୍ରକାର ଉପସ୍ଥାପନ କରିବେ ବୋଲି ଖବରଦାତାଙ୍କ ପ୍ରଶ୍ନରେ, ରେଳ ମନ୍ତ୍ରୀଙ୍କ ଠାରେ ଏସଂପର୍କରେ ଲିଖିତ ଦାବୀ ଜଣାଇବେ ବୋଲି କହିଛନ୍ତି । ଏପରିକି ବିଭିନ୍ନ ବର୍ଷର ରେଳ ବଜେଟରେ କଂଟାବାଂଜିରେ ରେଳ ୱାଗନ ଫେକ୍ଟ୍ରି, ହାଇଟେକ ହସପିଟାଲ, ସ୍ଲିପର ଫ୍ୟାକ୍ଟ୍ରି ନିର୍ମାଣ, ରେଳ ଇଲେକ୍ଟୋମେଟିଭ ସେଡ ନିର୍ମାଣ ଆଦି ବଜେଟର ଘୋଷଣା ହେଲା ପରେ ପରବର୍ତ୍ତୀ ସମୟରେ କଂଟାବାଂଜିରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଛି । ଏଥିରେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ରେଲମନ୍ତ୍ରୀଙ୍କ କଂଟାବାଂଜି ଆଗମନରେ ଉନ୍ନତି ସମ୍ଭବ କି ପ୍ରଶ୍ନରେ ଭାଜପା କଂଟାବାଂଜି ତରଫରୁ ସମସ୍ତ ଦାବୀ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାୟକ, ରାଜ୍ୟ ସଂପାଦକ ଶିମାଂଚଲ ଖଟେଇ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ପୂର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକ ଚ୍ୟାରମେନ ଭକ୍ତବନ୍ଧୁ ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅମିତ ନିନା, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ସହ କଂଟାବାଂଜି ନଗର ସଭାପତି ବେଦବ୍ୟାସ ନାଗ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ସଂପାଦକ ଶ୍ରୀବତ୍ସ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.