oom

ବାଲାଜୀ କଲେଜରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ : ସାମାଜିକ, ଅର୍ଥନୈତିକ ସନ୍ତୁଳନ ବିନା ପ୍ରକୃତ ସ୍ୱାଧୀନତା ଅସମ୍ଭବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏଥିପାଇଁ ସମସ୍ତେ ଖୁସି ମନାଉଛନ୍ତି । କିନ୍ତୁ ଆମେ ଜାଣି ରଖିବା ଦରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୯୯ପ୍ରତିଶତ ସମ୍ପତ୍ତି ଅଛି । ଏହା ଆଗାମୀ ଦିନରେ ଶ୍ରେଣୀ ବିଭେଦ ସୃଷ୍ଟି କରିପାରେ । ସେଥିପାଇଁ ସ୍ୱାଧୀନତା ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଉଲ୍ଲେଖ କରିଥିଲେ ଯେ, ଯେ ପର୍ଯ୍ୟନ୍ତ ଦେଶର ଶେଷ ଧାଡିରେ ଥିବା ଲୋକଙ୍କ ଭୋକିଲା ପେଟରେ ଦାନା ଠିକ୍‌ ହିସାବରେ ପହଞ୍ôଚ ନ ପାରିଛି । ସେମାନେ ସମାଜିକ ଅର୍ଥନୈତିକ ସ୍ତରରେ ସ୍ୱଚ୍ଛଳ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଦେଶ ପ୍ରକୃତ ସ୍ୱରାଜ୍ୟ ପାଇଲା ବୋଲି ଧରାଯିବ ନାହିଁ । ତେଣୁ ଆର୍ଥିକ ଏକ ସାମାଜିକ ସ୍ତରରେ ଆଜିର ସମାଜରେ ଏକ ସନ୍ତୁଳନ ନ ଆସିବା ପର୍ଯ୍ୟନ୍ତ ଆମେ ପ୍ରକୃତ ସ୍ୱାଧୀନତା ପାଇଛୁଁ ବୋଲି ଭାବିବା ଠିକ୍‌ ହେବନାହିଁ ବୋଲି ଆଜି ସ୍ଥାନୀୟ ଏକ ଘରୋଇ କଲେଜ, ଯୁକ୍ତ ଦୁଇ ବାଲାଜୀ କଲେଜ ପରିସରରେ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ କହିଛନ୍ତି । ସେ ନିଜ ଅଭିଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାନୁଷ୍ଠାନ ତିଆରି କରି ଶିକ୍ଷା କ୍ଷେତ୍ରରେ ବିକାଶ କରିଥିବାରୁ କଲେଜ ପରିଚାଳନା କମିଟିକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପତାକା ଉତ୍ତୋଳନ ଉତ୍ସବରେ କଲେଜ ପରିଚାଳନା ନିର୍ଦ୍ଦେଶକ କୈଳାଶ ଅଗ୍ରୱାଲ, ନିର୍ଦ୍ଦେଶକ ସୁଜାତା ଅଗ୍ରୱାଲ, ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ, ଦନ୍ତ ଚିକିତ୍ସକ ଆକାଶ ଜୈନ, ଅଭିଳାଷ ଅଗ୍ରୱାଲଙ୍କ ସମେତ କଲେଜର ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.