oom

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳ ୮ ଘଂଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ସମ୍ବାଦିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ଶ୍ରୀ ବେହେରା ଭାରତର ପ୍ରଥମ ସ୍ୱାଧୀନତା ଦିବସକୁ ମନେପକାଇଥିଲେ । ଦେଶ ସ୍ୱାଧୀନ ହେବା ୭ ଦିନ ପୁର୍ବରୁ ହିଁ ବଲାଙ୍ଗିରରେ ଲୋକଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଘରେ ସ୍ୱାଧୀନ ଭାରତର ପତାକା ଉଡୁଥିଲା । ସ୍ୱାଧୀନତା ପାଇବା ଦିନ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ନେତୃବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ଏହା ଏକ ଅଭୁତ ପୂର୍ବ ଦୃଶ୍ୟ ଥିଲା ବୋଲି ଶ୍ରୀ ବେହେରା କହିଥିଲେ । ତେବେ ଏହି ଭିତରେ ୭୫ ବର୍ଷ ବିତିଯାଇଛି । ପ୍ରଥମ ସ୍ୱାଧୀନତା ଦିବସକୁ ମନେ କଲେ ଅନେକ ବିକାଶ ହୋଇଛି । ସତ କିନ୍ତୁ ଆମ ସମସ୍ତଙ୍କୁ ବିକାଶର ପଥରେ ଆହୁରି ଆଗକୁ ଯିବାକୁ ହେବ । କଷ୍ଟ ଅର୍ଜିତ ସ୍ୱାଧୀନତାକୁ ଆହୁରି ମଜବୁତ କରିବାକୁ ହେବ ବୋଲି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ର, ସାଂଗଠାନିକ ସଂପାଦକ ଶରତ ଚଂଦ୍ର ମିଶ୍ର, ସଂପାଦକ ରଣଜିତ ବେହେରା, ସଦସ୍ୟ ସଂଦୀପ କୁଅଁର, ନବୀନ ପଶାୟତ, ମହେନ୍ଦ୍ର ପ୍ରଧାନ, ଦିପକ ପୁରୋହିତ, ରାଜିବ ଷଢ଼ଙ୍ଗୀ, ଦେବାଶିଷ ମିଶ୍ର, ଗୁପ୍ତେଶ୍ୱର ପୁଷ୍ଟି, ମୁନା ଗୌଡ ପ୍ରମୁଖ ଉପସ୍ଥିତ ରହି ଦେଶର ସ୍ୱାଧୀନତାରେ ଯୋଗଦାନ କରିଥିବା ମହାପୁରୁଷଙ୍କୁ ସ୍ମରଣ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.