ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା : ବହୁଦିନ ପ୍ରତୀକ୍ଷା ପରେ ଡୁମ୍ବେରପିଟା ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟନ ହେଲା

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ରବିବାର ସକାଳ ୧୦ଟା ସମୟରେ ଗାଈବାହାଲ ପଞ୍ଚାୟତ ପରିସରରେ ଥିବା ମିଶନ ଶକ୍ତିର ସଭାଗୃହକୁ ଆନୁ‌ଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କର୍ଯ୍ୟକ୍ରମରେ ସରପଞ୍ଚ କଳ୍ୟାଣୀ ସାହୁ, ସମିତି ସଭ୍ୟ ଛବିଲ ମାଝୀ ସହ ଏମବିକେ ଓ ବିଭିନ୍ନ ସ୍ୱୟଂ ସହାୟକ ଦଳର ମହିଳାମାନେ ଉପସ୍ଥିତ ଥିଲେ । ସେହିପରି ୧୧ଟା ସମୟରେ ବନ୍ଧପଡ଼ା ପଞ୍ଚାୟତ ନିକଟରେ ଥିବା ମିଶନ ଶକ୍ତିର କୋଠାକୁ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ୧୨ ନମ୍ବର ଜିଳ୍ଲା ପରିଷଦ ଜୋନର ସଭ୍ୟ ସୁଶୀଲ ଚାନ୍ଦ, ସରପଞ୍ଚ କୁମୁଦିନୀ ସେଠ, କାର୍ଯ୍ୟନିର୍ବାହୀ ଅଧିକାରୀ ବୀଣା ପଧାନ ଉପସ୍ଥିତ ଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଡୁମ୍ବେରପିଟା ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ ଆନୁ‌ଷ୍ଠାନିକ ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମେହେର ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଳ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ସରପଞ୍ଚ ରୀନା ବରିହା, ସମିତି ସଭ୍ୟ ସହ ଏହି ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ଓ ଗାଁର ବୁଦ୍ଦିଜୀବୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବ୍ଳକ ସରପଞ୍ଚ ସଂଘ ସଭାପତି ଦୟାନିଧୀ ଖମାରୀ, ଯୁବନେତା ଶୈଲେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ଭୋଇ, ଅଚ୍ୟୁତ ମିଶ୍ର, ସନ୍ତୋଷ ପଧାନ, ଦିପକ ବେହେରା, ଆଲୋକ ସିଂନିନା, ମାରୁତି ଜେନା, ସୁଶାନ୍ତ ସାହୁ, ଭିଲେଜର୍ସ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ଅଧ୍ୟକ୍ଷ ଡ.ବିପିନ କୁଶଳିଆ ପ୍ରମୁଖ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, ବର୍ଷାଧିକ ସମୟ‌ ହେଲା ଡୁମ୍ବେରପିଟା ପଞ୍ଚାୟତ କୋଠା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଖୋଳାଯାଇ ନଥିଲା । କାର୍ଯ୍ୟାଳୟ ଖୋଲି ସୋବ ଯୋଗାଇ ଦେବାକୁ ଭିଆଇପି ପାର୍ଟିର ଅଧ୍ୟକ୍ଷ ଡ.କୁାଲିଆ ଦେଓଗାଁ ବିଡିଓଙ୍କ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ । ବର୍ଷେ ମଧ୍ୟରେ ଦୁଇ ଦୁଇ ଥର ଅନଶନ ମଧ୍ୟ କରିଥିଲେ । ଗତ କିଛି ଦିନ ତଳେ ଅଗଷ୍ଟ ୧୫ ତାରିଖ ମଧ୍ୟରେ ନ ଖୋଲିଲେ ୧୬ରୁ ଆମରଣ ଅନଶନ କରାଯିବ ବୋଲି ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ପରେ ବ୍ଳକ ପ୍ରଶାସନ ତତ୍ପରତା ଦେଖାଇେ ଅଗଷ୍ଟ ୧୫ ତାରିଖରେ ଉଦଘାଟନ କରିଥିବାରୁ ଭିଆଇପି ପାଟିଁ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯିବା ସହ ଅଞ୍ଚଳର ମୌଳିକ ଅସୁବିଧାକୁ ତୁରନ୍ତ ସମାଧାନ କରିବାକୁ ଦାବୀ କରିଥିଲେ ।

Leave A Reply

Your email address will not be published.