୭୫ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କୋଭିଡ କଟକଣା ମଧ୍ୟରେ ୭୫ ତମ ସ୍ୱାଧୀନତା ଦିବସ ଗଞ୍ଜାମ ଅଞ୍ଚଳରେ ପାଳିତ ହୋଇଯାଇଛି । ଗଞ୍ଜାମ ସହରର ଅନତିଦୂରରେ ରହିଥିବା ଛତ୍ରପୁର ଓ ଏସ୍‌ଓପି ଅଷ୍ଟମ ବାଟାଲିୟନ ପରିସରରରେ ଆୟୋଜିତ ସ୍ୱରାଜ ଦିବସରେ କମାନଣ୍ଡେଣ୍ଟ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟନାରାୟଣ ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ଆସିଷ୍ଟାଣ୍ଡ କମାନଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ଡେପୁଟି କମାନଣ୍ଡେଣ୍ଟ ସୁନିଲ କୁମାର ବେହେରା ଯୋଗ ଦେଇଥିବା ବେଳେ ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା ପ୍ରମୁଖଙ୍କ ସମେତ ସୁବେଦାର, ହାବିଲଦାର ଓ ସିପାହୀ ମାନେ ଉପସ୍ଥିତ ରହି ପ୍ୟାରେଡ଼୍‌ରେ ଅଂଶଗ୍ରହଣ କରିଥିଲେ । ସେହିପରି ଗଞ୍ଜାମ ସହର ସରସ୍ୱତୀ ଶିଶୁମନ୍ଦିର, ଏସ୍‌ଏମ୍ ଟ୍ୟୁଟରିଆଲ, ସହରରେ ରହିଥିବା ଶିକ୍ଷାଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଗଂଜାମ ଏନ୍‌ଏସି ପକ୍ଷରୁ ପ୍ରଭାତ ଫେରି କରାଯାଇଥିଲା । ସେହିପରି ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ବରପଲ୍ଲୀ ଋଷିକୂଲ୍ୟା ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ବନବାସୀ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ସମସ୍ତ ଗ୍ରାମାଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ କଟକଣାନୁଯାୟୀ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା ।

Leave A Reply

Your email address will not be published.