ଆଞ୍ଚଳିକ ବାରିକ ସମାଜ ତରଫରୁ ନୂତନ ଯୁବ ସଂଗଠନ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲ୍ୟାଣ ମଣ୍ଡପଠାରେ ଅତାବିରା ଆଞ୍ଚଳିକ ବାରିକ ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକଙ୍କ ସଭାପତିତ୍ୱରେ ମା’ ସମଲେଇଙ୍କ ଫୋଟୋ ଚିତ୍ରରେ ଫୁଲମାଳ ଦେଇ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ ଅଧିବେଶନରେ ବିଭିନ୍ନ ଅଞ୍ଚଳର ବାରିକ ସମାଜ ସଦସ୍ୟମାନେ ଯୋଗ ଦେଇଥିଲେ । ଗତକାଲି ଠାରୁ ନୂତନ ଭାବେ ବାରିକ ସମାଜର ଯୁବ ସଂଗଠନ ହୋଇଥିବା ବେଳେ ୬ଟି ପଞ୍ଚାୟତକୁ ନେଇ ସଂଗଠନ ଗଠିତ କରାଯାଇଥିଲା । କାଦୋବାହାଲ ଜୋନାଲ ୧ର ଉପସଭାପତି ଯୋଗେଶ ପସାୟତ, ସହସମ୍ପାଦକ ବୋଧନ ବାରିକ, କୋଷାଧ୍ୟକ୍ଷ ଅକ୍ଷୟ ପସାୟତ, ପରାମର୍ଶ ଦାତା ସତ୍ୟନାରାୟଣ ପସାୟତ, ମନୋରଞ୍ଜନ ପସାୟତ ଓ ଶଙ୍ଖରଭାନୁ ବାରିକ ଏବଂ ଭେଡେନ ବ୍ଲକର ସଭାପତି ସୁଶୀଲ ପ୍ରସାୟତ, ସେକ୍ରେଟାରୀ ସନ୍ତୋଷ ପସାୟତ, ସତ୍ୟନାରାୟଣ ବେହେରା ଓ ଝସକେତନ ବେହେରା । ଶଙ୍ଖରଭାନୁ ବାରିକଙ୍କୁ ବରିଷ୍ଠ ଶିକ୍ଷାବିତ ସମ୍ବୋଧନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜର ସଦସ୍ୟମାନେ ସମାଜର ଉନ୍ନତି ତଥା ସମାଜର ସମସ୍ତ ପ୍ରକାର ଅସୁବିଧାକୁ ସୁବିଧା କରିବା ପାଇଁ ଆଗେଇ ଆସିବୁ ବୋଲି ସଭାରେ ତାଙ୍କ ମନ୍ତବ୍ୟ ଦେଇଥିଲେ । ଉକ୍ତ ବାରିକ ସମାଜ ତରଫରୁ ସାମ୍ବାଦିକ ତଥା ସମାଜ ସେବୀ ସୌମ୍ୟରଞ୍ଜନ ବେହେରା ଓ ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ପଣ୍ଡାଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେ ଭେଡେନ ବ୍ଲକ ବାରିକ ସମାଜର ସଭାପତି ସୁଶୀଲ ପସାୟତ ସମ୍ମାନିତ କରିଥିଲେ । ସମାଜର ମୁଖ୍ୟ ନବ କିଶୋର ବେହେରା, ଭରତ ବେହେରା, ଯଶୋବନ୍ତ ପସାୟତ, ରାମଚନ୍ଦ୍ର ବେହେରା, ଲଳିତ ବେହେରା, ଦେବାନନ୍ଦ ବେହେରା, ଦେବାର୍ଚ୍ଚନ ପସାୟତ, ସତ୍ୟ ପସାୟତ, ଜୀବର୍ଦ୍ଧନ ପସାୟତ, ଯଦୁମଣି ପସାୟତ, ନିତ୍ୟାନନ୍ଦ ପସାୟତ, ମାଟୁ ପସାୟତ, କିଶୋର ପସାୟତ, ମନୋହର ପସାୟତ, ସରୋଜ ବାରିକ, ଶଙ୍କର ପସାୟତ ଓ କପିଳ ବାରିକ ଏବଂ ଶେଷରେ ସମ୍ପାଦକ କାର୍ତ୍ତିକ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.