ସବୁଜ ଡେଲାଙ୍ଗର ବନ ମହୋତ୍ସବ ଅଭିଯାନରେ ପରିବେଶ ପାଇଁ ଗଛଟିଏ ଆହ୍ଵାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ବନ ମହୋତ୍ସବ ଅଭିଯାନ ବ୍ୟାନରକୁ ମୁଖ୍ୟ ଅତିଥି ସତ୍ୟବାଦୀ ଇତିହାସ ଓ ସତ୍ୟବାଦୀ ସଂସ୍କୃତି ପୁସ୍ତକର ରଚୟିତା ଗବେଷକ ଭୀମସେନ ମହାପାତ୍ର, ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ଅମୃତ ଅନୁଭବ ପୁସ୍ତକର ରଚୟିତା ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ସମାଜସେବୀ ଅନାମ ଚନ୍ଦ୍ର ମଲ୍ଲିକଙ୍କ କରକମଳରେ ଲୋକାର୍ପିତ ହୋଇଯାଇ ଅଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ‘ଗଛ ହସିଲେ ଜଗତ ହସେ’ ପୁସ୍ତକର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢୀ, ସଂପାଦକ ସୋମନାଥ ସେନାପତିଙ୍କ ଦ୍ୱାରା ପରିବେଶ ସୁରକ୍ଷା ପାଇଁ ବାଦାମ ଓ ନିମ୍ବ ଚାରା ବଂଟନ ଓ ରୋପଣ କରାଯାଇଥିଲା । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ‘ପରିବେଶ ପାଇଁ ଗଛଟିଏ’ ଆହ୍ୱାନକୁ ମୁଖ୍ୟ ଅତିଥି ଭୁରି ଭୁରି ପ୍ରଶଂସା କରିବା ସହ ଡେଲାଙ୍ଗ ବ୍ଳକକୁ ସବୁଜମୟ କରିବା ପାଇଁ ଡେଲାଙ୍ଗବାସୀଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.