csstore

ଆଶାୟୀ କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ସମସ୍ତ ଆଶାୟୀ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାରେ ୨୦୧୭ ଠାରୁ ଆଶାୟୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାର ଆଜି ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରୁନାହାନ୍ତି । ଯାହାଫଳରେ ଆଶାୟୀ କନିଷ୍ଠ ଶିକ୍ଷକ ବେକାର ହୋଇ ଦାଦନ, କୁଲି ମଜୁରୀ ହୋଇ ଜୀବନ ନିର୍ବାହ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରାଥମିକ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଜାରି କରିବା, ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରିବା, ରାଜ୍ୟ ସ୍ତରୀୟ ଚୟନ କରିବା ଆଦି ଦାବୀ ପତ୍ର ଉଲ୍ଲେଖ ରହିଛି । ସଂଘର ସଭାପତି ଯୁଧିଷ୍ଠିର ମିର୍ଦ୍ଧାଙ୍କ ନେତୃତ୍ୱରେ ଜିଲ୍ଲାର ୮ଟି ବ୍ଳକର ଆଶାୟୀ କନିଷ୍ଠ ଶିକ୍ଷକ ରାଜୀବଲୋଚନ ଭୋଇ, ଶିବ ପ୍ରସାଦ, ଘାସିରାମ, ଆଦିତ୍ୟ, ଗୋପାଳ, ରତନ, ବିକ୍ରମ, ପରିକ୍ଷିତ, ଗୋପ, ତ୍ରିଲୋଚନ, ଦେବପ୍ରସାଦ, ଦେବ, ମନବୋଧ, ମଧୁ, ଇସନ, ମନୋଜ ମେହେର, ତନ୍ମୟ, ବିଜୟ, ମହେଶ ଦଲେଇ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ଶିକ୍ଷା ବର୍ଷରେ ସରକାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ନ କରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଆସି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.