csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନର ବିଶେଷତ୍ୱ ବର୍ଣ୍ଣନା କରିବା ସହ କେଶରୀୟା ହିନ୍ଦୁ ବାହିନୀ ସର୍ବଦା ଦେଶ ଓ ହିନ୍ଦୁ ଜାତି ଓ ଗୋ ସୁରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ଉପାଧ୍ୟକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ଚକ୍ରଧର ପାଣି, ନେପାକ ସା, ରବୀନ୍ଦ୍ର ନାଏକ, ମନୋଜ ନାଏକ, ବୁଲୁ ପରଡିଆ, ପ୍ରଶାନ୍ତ ମିଶ୍ରଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.