୭୫ ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ବଲାଙ୍ଗିର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଐତିହାସିକ ଦିବସରେ ବଲାଙ୍ଗିର ମାଟିର ସହିଦ କିଶୋର ମଲ୍ଲିକ, ସମୀର ଜାଲ, ହେମନ୍ତ ନାୟକ, ସୁମନ୍ତ ପ୍ରଧାନ ଏବଂ ଥବିର ବୁଡେକଙ୍କ ଫୋଟୋଚିତ୍ରରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ସୈନିକ ସଂଘର ସମସ୍ତ କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାରଗିଲର ବିଜୟ ଦିବସରେ ଅନୁପସ୍ଥିତ ଥିବା ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର, ସ୍ମାଇଲ ଫର୍‌ ଅଲ୍‌ର ସଦସ୍ୟ, ମାହେଶ୍ୱରୀ ସଂଗଠନର ସଦସ୍ୟ, ପୂର୍ବତନ କାଉନ୍‌ସିଲର୍‌ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ମୁଖ୍ୟ ଅତିଥି ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ସଂଘର ଘାସିରାମ ବେହେରା, ପ୍ରମୋଦ ବାବୁ, କୃଷ୍ଣଚନ୍ଦ୍ର ପରମ ଗୁରୁ, ନିରଞ୍ଜନ ପଟେଲ, ଶଙ୍କର ଜୁଏଡ୍‌, ସୁଧାଂସୁ ଶେଖର ବଲିଆର ସିଂ, ଟିକେ ମିଶ୍ର, ଶୋଭନ ପାଢୀ, ନିଲକଣ୍ଠ ପାଢୀ, ସଂଘର ଉପଦେଷ୍ଟା ନବକୃଷ୍ଣ ପଟେଲ, ଫକୀର ମୋହନ ଗଡତିଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂଘର ସଂପାଦକ ସଭାକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ସଂଘର ସମସ୍ୟା ଉପରେ ଆଲୋକପାତ କରି ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ଏବଂ ମୁଖ୍ୟ ଅତିଥିଙ୍କୁ ସହଯୋଗ କରିବା ଅନୁରୋଧ କରିଥିଲେ ।

2 Comments
  1. Godabarish Mahapatra says

    Sir ! Wishing you and family a very happy “75th Independence Day”.Jai Hind🇮🇳🇮🇳🇮🇳🇮🇳🇮🇳🇮🇳🇮🇳 Tagra Raho !🙏🏻
    Vet Godabarish Mahapatra n family.

    1. Koshala Prabaha says

      same to u sir… salute

Leave A Reply

Your email address will not be published.

error: Content is protected !!