oom

ମାଝୀପଡା ବିଦ୍ୟାଳୟରେ ଆଜାଦିକା ଅମୃତ ମହୋତ୍ସବ ପାଳିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ଭାରତବର୍ଷରେ ସ୍ୱ।ଧୀନତାର ପଞ୍ଚସ୍ତରୀତମ ଦିବସ ପାଳିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଆଜାଦିକା ଅମୃତ ମହୋତ୍ସବ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ଣ୍ଣ ନିଆଲ, ସମ୍ମାନିତ ଅତିଥି ଭାବେ ଓ୍ୱ।ର୍ଡ ସଭ୍ୟା ପଦ୍ମା ମାଝୀ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରେ କରୋନାର ତୃତୀୟ ଲହରରୁ କିପରି ମୁକ୍ତି ମିଳିବ ତା’ ଉପରେ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ ।ତା’ପରେ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ଅଗସ୍ତି ମାଝୀ, ଛିନେ ମାଝୀ, ସମାଜସେବୀ ଆଶିଷ ଜୈନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.