ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଆନୁଷ୍ଠାନିକ ସମ୍ମିଳିତ ପରେଡ଼ରେ ମୁଖ୍ୟଅତିଥୀ ଭାବେ ଯୋଗଦେଉଥିବା ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପୂର୍ବଦିନ ଛତ୍ରପୁର ସର୍କିଟହାଉସଠାରେ ରାତ୍ରିଯାପନ କରିଥିଲେ । ନିଜ ସରକାରୀ ଯାନରେ ପହଞ୍ଚିବା ପରେ ଛତ୍ରପୁର ସର୍କିଟହାଉସଠାରେ ଏକ ଅନ୍ତରଙ୍ଗ ଗହଳ ଚହଳ ଦେଖାଯାଇଥିଲା । ଛତ୍ରପୁର ନିର୍ବାଚନମଣ୍ଡଳୀ ଦଳୀୟ ତରଫରୁ ଏବଂ ଜିଲ୍ଲା ବିଜେଡି ଦଳ ତଥା ବିଭିନ୍ନ ମହଲରେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପୂର୍ବକ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସେହିପରି ପ୍ରାରମ୍ଭରେ ସରକାରୀ ସଚେତକ ଦଳ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ, ପରେ ଛତ୍ରପୁର ସାମ୍ବାଦିକ ସଂଘ ତଥା ପ୍ରେସକ୍ଲବ ତରଫରୁ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ଗହଣରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ପ୍ରମୁଖ ବହୁ ଦଳୀୟ ନେତୃବର୍ଗ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ପ୍ରମୁଖ ସ୍ୱାଗତ ଜଣାଇ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.