ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଚିର ମରୁଡି ପ୍ରପିଡୀତ । ଏହି ବ୍ଳକରେ ୧୯ଟି ପଞ୍ଚାୟତ ଅଛି । ୮୦ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରତିବର୍ଷ ମରୁଡି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଣଜଳ ସେଚିତ ଅଞ୍ଚଳ ହୋଇଥିବାରୁ ଜମି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଏ ବର୍ଷ ବର୍ଷା ଅଭାବରୁ ପୁଣି ମରୁଡି ଭୋଗିବାକୁ ଚାଷୀ ବାଧ୍ୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି । ଜମି ଫାଟି ପଡିଆ ହୋଇଯିବାରୁ ଗାଈଗୋରୁ ଚରୁଛନ୍ତି । ଯେଉଁଠି ଧାନ ବୁଣା ହୋଇଛି, ବିହୁଡା ହୋଇ ପାରୁ ନାହିଁ । ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା ଜଳଜଳ ଦେଖା ଗଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।