jayashree

ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ପ୍ରତ୍ୟାହାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣକୋଭିଡରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ । ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟରରେ ଦାଖଲ କରିବାକୁ ପଡିବ । ପ୍ରତି ଶବ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ୱଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ । ପୁରୀ ଜିଲ୍ଲା ଏବଂ ପୁରୀ ପୌରସଂସ୍ଥା ଅଞ୍ଚଳରେ କରୋନା ସଂକ୍ରମିତ ହ୍ରାସ ପାଇବାରୁ ପୂର୍ବରୁ ଜାରି କଟକଣା ପ୍ରତ୍ୟାହାର କରାଯାଇଛି । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନିୟମ ଅନୁପାଳନ କଡାକଡି କରାଯାଇଛି । ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ଭବତାରଣ ସାହୁଙ୍କୁ ଉକ୍ତ ଆଦେଶର ତଦାରଖ ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.