ଜାତୀୟ ଅଙ୍ଗଦାନ ଦିବସରେ ଯୁବ ସାମ୍ବାଦିକ ଦେବାଶିଷ ମିଶ୍ର କଲେ ଅଙ୍ଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଅଙ୍ଗଦାନ ଦିବସ । ଏହି ଅବସରରେ ବଲାଙ୍ଗିରର ଯୁବ ସମ୍ବାଦିକ ଦେବାଶିଷ ମିଶ୍ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜକୁ ଯାଇ ତାଙ୍କର ଶରୀର ଦାନ କରିଛନ୍ତି । ତାଙ୍କର ମୃତ୍ୟୁ ପରେ ତାଙ୍କ ମରଶରୀରକୁ ପୋଡି ନଷ୍ଟ କରାନଯାଇ, ଭୀମ ଭୋଇ ମେଡିକାଲକୁ ହସ୍ଥାନ୍ତର କରଯିବ। ଯଦ୍ୱାରା ତାଙ୍କ ମରଶରୀର ଆବଶ୍ୟକୀୟ ଅଙ୍ଗ ଆଶାୟୀ ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢା କାମରେ ଆସି ପାରିବ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜ ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣୀଷ ଅଙ୍ଗର କୌଣସି ବିକଳ୍ପ ମିଳିନଥିବା ବେଳେ ଅଙ୍ଗ ଦାନ ହିଁ କେବଳ ଲୋକଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି, ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣରେ ମୃତକଙ୍କ ପରିବାର ମୃତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀର ଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀରକୁ ଦାନ କରି ଦିଆଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି, କିଡନୀ ଆଦି ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀକୁ ଦିଆଯାଇପାରିବ । ତା’ ଛଡା ମୃତ ଶରୀର ଛାତ୍ରଛାତ୍ରୀଙ୍କ ପଢାରେ ଉପଯୋଗ କରାଗଲେ ଆଗାମୀ ଦିନରେ ବିଜ୍ଞାନର ଉନ୍ନତି ହୋଇପାରିବ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଜି ଭୀମ ଭୋଇ ମେଡିକାଲ କଲେଜ ଆନାଟୋମୀ ବିଭାଗର ଏଚଓଡି ଶ୍ରୀ ମିଶ୍ରଙ୍କ ସହ ସମସ୍ତ ପ୍ରକ୍ରୀୟା ପୂରଣ କରିବା ପରେ ଶ୍ରୀ ମିଶ୍ରଙ୍କ ମହତ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କର୍ତ୍ତୁପକ୍ଷ ଶ୍ରୀକାନ୍ତ ତ୍ରିପାଠୀ ଓ ସମାଜସେବୀ ଅଜୟ ନାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.