ଗୋ ଶ୍ରଦ୍ଧା ବୈଠକ ଅନୁଷ୍ଠିତ

-ସମସ୍ତଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ
-ଆସନ୍ତା ତା ୧୬/୦୮/୨୧ଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହା ଦ୍ଵାରା ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି ଏବଂ ମଣିଷ ଓ ଗାଈଗୋରୁ ଉଭୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ପୌର ପ୍ରଶାସନର ମିଳିତ ଉଦ୍ୟମରେ ଗାଈଗୋରୁ ଯେପରି ରାସ୍ତା ଘାଟ ବଜ଼ାର ଛକ ପ୍ରଭୁତି ସ୍ଥାନରେ ଅଯଥାରେ ରୁଣ୍ଡ ନ ହେବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗୋଶ୍ରଦ୍ଧା ବୈଠକ ତା ୧୦/୦୮/୨୧ରେ ଜିଲ୍ଲପାଳଙ୍କ ନିବାସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାିଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ସହରରେ ଗାଈଗୋରୁ ପାଳନ କରିଥିବା ସମସ୍ତଙ୍କୁ ପାଳିତ ଗାଈଗୋରୁଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତା ଉପରକୁ ନ ଛାଡି ସେମାନଙ୍କ ପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସହରରେ ଏହି ସମସ୍ୟାରେ ସୁଧାର ଆଣିବା ପାଇଁ ଜନସହଭାଗୀତାରେ ଏକ ମିଳିତ ଉଦ୍ୟମର ଆବଶ୍ୟକତା ରହିଥିବା ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ ସହରରେ ଥିବା ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ସ୍ୱେଛାକୃତ ଭାବେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋନପୁର ପୌରପାଳିକା ତରଫରୁ ଆସନ୍ତା ୧୬.୦୮.୨୦୨୧ ଠାରୁ ସହରର ବିଭିନ୍ନ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲୁଥିବା ଗାଈଗୋରୁଙ୍କୁ ଧରାଯାଇ କୋଲ୍ହପଡା ଠାରେ ଥିବା କାଞ୍ଜିଆ ହୁଦାରେ ସର୍ବାଧିକ ୦୭ ଦିନ ପର୍ଯ୍ୟନ୍ତ ରଖାଯିବ । ଏହି ୦୭ ଦିନ ମଧ୍ୟରେ ଯଦି ଗୋରୁ ମାଲିକ ନିଜର ମାଲିକାନା ଦାବୀ କରନ୍ତି, ତେବେ ଦୈନିକ ୫୦୦/- ଟଙ୍କା ପ୍ରତି ଗୋରୁ ହିସାବରେ ସମ୍ପୃକ୍ତ ମାଲିକଙ୍କଠାରୁ ଜୋରିମାନା ଆଦାୟ କରାଯିବ । ପୁନଶ୍ଚ, ଦାବୀହୀନ ଗାଈଗୋରୁଙ୍କୁ ୦୭ ଦିନ ସମୟ ସୀମା ପରେ କିମ୍ବା ଟେଗିଙ୍‌ଘ୍‌ ବା ଚିହ୍ନଟ ହୋଇ ନଥିବା ଗାଈ ଗୋରୁଙ୍କୁ ଯେକୌଣସି ସମୟରେ କୌଣସି ଚାଷୀ ପରିବାର ଅଥବା ଆଗ୍ରହୀ ବ୍ୟକ୍ତିଙ୍କୁ ବିକ୍ରି ବା ବଣ୍ଟନ ସୂତ୍ରରେ ପ୍ରଦାନ କରାଯିବ । ଏଥିପାଇଁ ପରେ କୌଣସି ଆପତ୍ତି ଅଭିଯୋଗକୁ ଗ୍ରହଣ କରାଯିବ ନାହିଁ । ଗାଈଗୋରୁ ରଖିଥିବା ବ୍ୟକ୍ତିବିଶେଷ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଆସନ୍ତା ୧୫.୦୮.୨୦୨୧ ମଧ୍ୟରେ ନିଶ୍ଚିତଭାବେ ନିଜନିଜର ପାଳିତ ଗାଈଗୋରୁଙ୍କ ଆବଶ୍ୟକ ଟେଗିଙ୍ଗ ବା ଚିହ୍ନଟ କରାଇ ନେବାକୁ ଅନୁରୋଧ କରାଯିବା ସହ ନିଜ ନିଜର ଗାଈଗୋରୁଙ୍କୁ ନିଜ ଆୟତ୍ତରେ ରଖିବାକୁ ବିଶେଷ ଅନୁରୋଧ କରାଯାଉଛି । ଏହି ମର୍ମରେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ ଓ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧ କରାଯାଇ ଡ଼ାକବାଜି ମାଧ୍ୟମରେ ସହରରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଉଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ, ପିଡ଼ି ଡ଼ି ଆର ଡ଼ି ଏ ଡୋଳାମଣି ପଟେଲ, କାର୍ଯ୍ୟନିର୍ବାହୀ ଅଧିକାରୀ ସୁରୟାଂଶୁ ରୁଟ, ଡ଼ିଏସପି,ସହକାରୀ ଅଗ୍ନିଶମ ଅଧିକାରୀ,ଙ୍କ ସମେତ ସଭାପତି ଓ ସମ୍ପାଦକ, ବଣିକ ସଂଘ ସୁବର୍ଣ୍ଣପୁର, ସହରସ୍ଥିତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ବୁଢାରଜା ୟୁଥ କ୍ଲବ, ମାରୱାଡି ୟୁବା ମଞ୍ଚ, ଗ୍ରାମୋତ୍ଥାନ, ଚନ୍ଦ୍ରଶେଖର ପାଠାଗାର, ରାମଧୁନ କ୍ଲବ ପ୍ରଭୁତିର କର୍ମକର୍ତ୍ତା ପ୍ରମୁଖ ବୈଠକରେ ଯୋଗଦାନ କରି ନିଜ ନିଜର ମତାମତ ରଖିଥିଲେ ।

Leave A Reply

Your email address will not be published.