lika

ଗଞ୍ଜାମ ଜିଲ୍ଲା ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ

gbag

ଗଞ୍ଜାମ, (ନିରୋଜ କୁମାର ପାଣୀ) : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତର ୨୫ ବର୍ଷୀୟ ଚାଷୀ ଦାଶରଥି ବିଶୋଇ ମନୁଷ୍ୟକୃତ ଘାଇ କାରଣରୁ ଫସଲ ନଷ୍ଟ ହେଇାଥିବାରୁ ଚାଷ ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଜିଲ୍ଲା କୃଷକ ମୋର୍ଚ୍ଚାର ସଦସ୍ୟ ମାନେ ମୃତ ଚାଷୀ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାର ମୃତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରିଛନ୍ତି । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଘଟଣାରେ ଶାସକ ଦଳର ସମ୍ପୃକ୍ତି ଥିବାରୁ ଘଟଣାକୁ ଚାପି ଦେବା ପାଇଁ ପ୍ରଶାସନ ଚେଷ୍ଟା କରୁଛି । ଚାଷୀଙ୍କ ପ୍ରତି ଯଦି ଦରଦ ଅଛି ତାହେଲେ ସରକାର ଦୋଷୀ ବିରୁଦ୍ଧରେ ଫଉଜଦାରି ମକଦମା ରୁଜୁ କରନ୍ତୁ । ଯଦି ୭ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନ ନିଅନ୍ତି ତେବେ ବିଜେପି ଏହା ବିରୁଦ୍ଧରେ ଜନ ଆନ୍ଦୋଳନ କରିବ ।

babaa
Leave A Reply

Your email address will not be published.