oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ତା ୨/୧୧/୨୦ରେ ଯୋଗ୍ୟ ହିତାଧିକାରୀ ମାନଙ୍କର ଇନକ୍ମୋଜର ତାଲିକାରେ ନାମ ଥିଲେ ମଧ୍ୟ ସେମାନଙ୍କର ନାମ ତାଲିକାରେ ଜାଣି ଜାଣି କାଟି ଦେଇଥିବାରୁ ପାଇକମାଲ ବିଡିଓଙ୍କ ଠାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଉକ୍ତ ଆବେଦନ ଅଭିଯୋଗ ଅନୁସାରେ ବ୍ଲକର ମାନସ ଏବଂ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାଗର ଓ ଅନ୍ୟ କର୍ମଚାରୀମାନେ ବିଜାଡିହି ଗ୍ରାମକୁ ଆସି ତଦନ୍ତ କରି ଅଭିଯୋଗ କରିଥିବା ବିଶାଖା ସାହୁ, ଚକ୍ର ମର୍ହି, ଝସକେତନ ସାହୁ, ଦୁର୍ଯ୍ୟୋଧନ ସାହୁ, ଯାଦବ ସାହୁ, ଶକୁନ୍ତଳା ମର୍ହି, ଜୟଦେବ ସାହୁ, ନାରାୟଣ ସାହୁ, ଅକ୍ଷୟ ସାହୁଙ୍କ ଘରର ଫଟୋ ଉଠାଇ ଘର ଦିଆଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ମାତ୍ର କିଛି ସୁଫଳ ମିଳିଲା ନାହିଁ । ପୁଣି ସଂପୃକ୍ତ ବ୍ୟକ୍ତି ମାନେ ବିଡିଓଙ୍କ ଠାରେ ଏହି ବାବଦରେ ଅଭିଯୋଗ କରିଥିଲେ । ୨୦୨୧ ଆର୍ଥିକ ବର୍ଷରେ ମଧ୍ୟ ଇନକୋଜର ତାଲିକାରେ ଥାଇ ମଧ୍ୟ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯାଇ ନାହିଁ । ଏଥିରେ ଅତିଷ୍ଠ ହୋଇ ଆଜି ପୁଣିଥରେ ପାଇକମାଲ ବିଡିଓଙ୍କ ଠାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ଯେ, ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆନଯାଏ ତେବେ ଆଗାମୀ ସେପ୍ଟେମ୍ବର ୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଇକମାଲ ବ୍ଲକ ସମ୍ମୁଖରେ ଆମରଣ ଅନଶନ କରିବାକୁ ଗ୍ରାମର ହରିବୋଲ ସାହୁ, ଝସକେତନ ସାହୁ, ଦୁର୍ଯ୍ୟୋଧନ ସାହୁ, ବିଶ୍ଵାମିତ୍ର ସାହୁ, ରୁକ୍ମଣୀ ମର୍ରି ପ୍ରମୁଖ ଚେତାବନୀ ଦେବା ସହ ବିଡିଓ ଏଥିପ୍ରତି ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.