ମାଣ୍ତିଆଢିପା କ୍ଳଷ୍ଟର ସ୍ତରୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତିଆଢିପା କ୍ଲଷ୍ଟର ସ୍ତରୀୟ ଏକ ଦିବସୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କର୍ମଶାଳା ବଇଦପାଲି ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗଦେଇ “ପ୍ରାଇମେରୀ ଏଜୁକେସନ ଏଟ ଡୋରଷ୍ଟେପ” ଅନ୍‌ସିଏଲପି ସଂପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସିଆରସିସି ଡୋଲାମଣି ମାହାରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ତାଲିମଦାତା ଅଶୋକ କୁମାର ସାହୁ ଓ ମାଧବ କୁମାର ସାହୁ ବିସ୍ତୁତ ଭାବେ ତାଲିମ ପ୍ରଦାନ କରିଥିଲେ । ଏହି ଏକ ଦିବସୀୟ କର୍ମଶାଳାରେ କୋଭିଡ – ୧୯ର ସମସ୍ତ ଗାଇଡଲାଇନ ପାଳନ ପୂର୍ବକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଡୋଲାମଣି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.