oom

ପୁରୀ ଜିଲ୍ଲାପାଳଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ ଓ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଡେଲାଙ୍ଗ ବ୍ଲକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟ ଗୁଡିକ ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ଜିଲ୍ଲାପାଳ ଶ୍ରୀବର୍ମା ହରିରାଜପୁର ପଂଚାୟତ ଅର୍ନ୍ତଗତ ଟାଙ୍ଗିଭଁସରଠାରେ ଥିବା ଅଙ୍ଗନୱାଡି ଗୃହ, ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ପଂଚମ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହିତ ବିଦ୍ୟାଳୟର ଖେଳ ପଡିଆ ଓ ପାର୍କ, ଟାଙ୍ଗିଭଁସର ଠାରେ ଥିବା ମିଶନ ଶକ୍ତି ମହିଳା ସଂଘ ଛତୁଆ ପ୍ରସ୍ତୁତି କେନ୍ଦ୍ର, ହରିରାଜପୁର ପାର୍କ, ଗଡବେଗୁନିଆପଡା ସ୍କୁଲ, ବେରବୋଇ ଠାରେ ଥିବା ଗାନ୍ଧୀପିଠ ଏବଂ ୫ଟି ଅଭିଯାନରେ ବିଦ୍ୟାଳୟ ରୁପାନ୍ତରୀକରଣ ପାଇଁ ଅର୍ନ୍ତଭୁକ୍ତ ହୋଇଥିବା ସୋମନାଥ ଦେବ ବିଦ୍ୟାପୀଠ, ମହତାବ ଉଚ୍ଚ ବିଦ୍ୟାଳୟ, ସରକାରୀ ହାଇସ୍କୁଲ ବେରବୋଇ, ରାଧାକାନ୍ତ ବିଦ୍ୟାପୀଠର ନିର୍ମାଣ ଚାଲିଥିବା ପ୍ରକଳ୍ପ ଗୁଡିକ ପରିଦର୍ଶନ କରିବା ସହିତ ନିର୍ଦ୍ଧାରିତ ସମୟ ସୀମା ଭିତରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳ ଡେଲାଙ୍ଗ ବିଡିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦ୍ଦେର୍ଶ ଦେଇଥିଲେ । ତତ୍‌ ସହିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଲକକୁ ମିଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପ୍ୟାକେଜର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ସମ୍ପର୍କରେ ତଦାରଖ କରିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ବ୍ଲକ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଖୁବ ପ୍ରଶଂସା କରିଥିବା ସହିତ ଏହାକୁ ମଡେଲ ବ୍ଲକରେ ପରିଣତ କରାଯିବ ବୋଲି କହିଥିଲେ । ସେହିପରି ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସମୟରେ ବିଭିନ୍ନ ପଂଚାୟତର ଜନପ୍ରତିନିଧି ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଗସ୍ତ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ପୁରୀ ଜ୍ୟୋତି ଶଙ୍କର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.