jsm

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଦାବୀପତ୍ର ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଦିବା ଘ.୧୨ ସମୟରେ କ୍ରାନ୍ତିକାରୀ ଦିବସ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ, ବଲାଙ୍ଗିର ଜିଲ୍ଲା ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ ସବାପତି ବିନୋଦ ବିହାରୀ ପାଣିଗ୍ରାହୀ, ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ, ୬୬୨ ଜିଲ୍ଲା ସଭାପତି ପ୍ରଣବ କୁମାର କୁଅଁର, ସଂପାଦକ ଛବିଳ ବଗର୍ତ୍ତୀ, ୪୮୮ ର ନେତୃବୃନ୍ଦଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଅବିକଳ ସପ୍ତମ ବେତନ କମିଶନର ଦରମା ପ୍ରଦାନ, ଅନୁଦାନରୁ ବଂଚିତ ହୋଇଥିବା ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା କରିବା, ସବୁ ବର୍ଗର ସ୍କୁଲ କଲେଜରେ ଖାଳିଥିବା ପଦବୀକୁ ପୂରଣ କରିବା, ଅବସର ବୟସ ୬୦ ରୁ ୬୨କୁ ବୃଦ୍ଧି କରିବା ଆଦି ଦାବୀ ଗୁଡିକ ଅବିଳମ୍ବେ ପୁରଣ କରିବା ସକାଶେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରଣ କରାଗଲା । ତାରାକାନ୍ତ ମିଶ୍ର, ଅବନୀ କୁମାର ତ୍ରିପାଠୀ, ଜୟକୃଷ୍ଣ ସାହୁ, ଦିଲିପ ନାଏକ, ଶଙ୍କର ମିଶ୍ର, ଅନିଲ ସାହୁ, ସୁରେଶ ଷଡଙ୍ଗୀ, ଶୁଭେନ୍ଦୁ ମହାନ୍ତି, ସୁଧିର ନାଏକ, ଶାନ୍ତନୁ କୁମାର ପାତ୍ର, କାର୍ତ୍ତିକେଶ୍ୱର ବଗର୍ତ୍ତୀ, ରାଜେଶ ମିଶ୍ର, ଭୁବନେଶ୍ୱର ପୁରୋହିତ, ଡ. ଧନଞ୍ଜୟ ସେଠ, ପ୍ରମୋଦ ବଡପଣ୍ଡା, ପୁରୁଷୋତ୍ତମ ଭଞ୍ଜ, ଲିନା ପ୍ରିୟଦର୍ଶିନୀ, ଜ୍ୟୋସ୍ନା ପାଣିଗ୍ରାହୀ, ପ୍ରହଲ୍ଲାଦ ସାହୁ, ରାଜେନ୍ଦ୍ର ମିଶ୍ର, ଶିବ ପ୍ରସାଦ ପାଢୀ ଓ ସହ ସହସ୍ରାଧିକ ଶିକ୍ଷକ ଓ କର୍ମଚାରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.