ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରୁ ବିଷଧର ସରୀସୃପ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନାଗ ସାପ ପଶି ଯାଇଥିଲା । ସେହି ବିଷଧର ସରୀସୃପଟିକୁ ଗଞ୍ଜାମ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ଉଦ୍ଧାର କରି ନେଇ ଜନ ବସତିଠାରୁ ଦୂରରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଥିବା ଜଣାପଡିଛି । ସେମାନେ ହେଲେ ଡମ୍ବୁରୁ ବେହେରା, ତରୁ ବେହେରା, ଦେବରାଜ ବେହେରା, କେ. ତପନ ରାଓ, ଡମ୍ବୁରୁ ଧର ବେହେରା ପ୍ରମୁଖ । ପାଳିବନ୍ଧ ସରପଞ୍ଚ ଦିଲିପ କୁମାର ଛୋଟରାୟ ସାପ ଧରାଳି ଯୁବ ଗୋଷ୍ଟୀଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.