ଆସନ୍ତା ୯,୧୦,୧୧ ତାରିଖରେ ବିଜେପି ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଅନୁଷ୍ଠିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ବିଜେପିର ଏକ ପ୍ରେସମିଟ୍ ଡକାଇଥିଲେ । ଏହି ବୈଠକରେ ଖୁବ୍ଧ ହୋଇ ବିଜେପି ନେତୃବର୍ଗ ଶାସକଦଳ ଓ ସରକାର ଉପରେ ବର୍ଷିଥିଲେ । ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ଏବଂ ବାବା ସାହେବ ଡ଼ଃ.ବି.ଆର. ଆମ୍ବେଦକର ଫୋଟୋ ଚିତ୍ରକୁ ଗୋଡ଼ରେ ଫୋପାଡ଼ି ସ୍ଵାଧୀନ ଭାରତର ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କୁ ଅସମ୍ମାନକରାଯିବା ଭଳି ଘଟଣାକୁ ନେଇ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ତୀବ୍ରନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଚଳିତ ମାସ ୯ ,୧୦, ୧୧ ତାରିଖ ରାଜ୍ୟ ସମସ୍ତ ୩୦ଟି ଯାକ ଜିଲ୍ଲା ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରେସମିଟରେ ବିଜ୍ଞପ୍ତି ଦର୍ଶାଇ ସ୍ପଷ୍ଟ କରି କୁହାଯାଇଛି । ଶନିବାର ଛତ୍ରପୁର ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ରାଘବ ମଲ୍ଳୀକ ଉପରୋକ୍ତ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଧିନ ବାଳକାଟି ପଂଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ମୋ-ପାଇଖାନା, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ନବକିଶୋର ମଲ୍ଲୀକଙ୍କ ପୁଅ ହରିଶ୍ଚଚନ୍ଦ୍ର ମଲ୍ଲୀକ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜୁଲାଇ ୧ ତାରିଖରେ ନବକିଶୋର ମଲ୍ଳୀକ, ତାଙ୍କ ଭାଇ ଜୟକୃଷ୍ଣ, ସ୍ତ୍ରୀ, ବୋହୁ, ଆଠ ବର୍ଷର ନାତି ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ଥିଲେ ହେଁ ଏହାକୁ ପୋଲିସ ଗ୍ରହଣ କରିନଥିଲା ବୋଲି ଭାଜପା ପକ୍ଷରୁ କ୍ଷୋଭର ସହ ସ୍ପଷ୍ଟ କରି କୁହାଯାଇଛି । ପରେ ଜୁଲାଇ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେଠାରେ ମହିଳା ମାନଙ୍କ ଉପରେ ଆକ୍ରମଣ ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରକୁ ଅସମ୍ମାନ କରାଯାଇଥିଲା ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଜୁଲାଇ ୨୮ ତାରିଖରେ ନାଉଗାଁ ଥାନାରେ ଏତଲା ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କୁହାଯାଇଛି । ଏହି ଖବରଦାତା ସମ୍ମିଳନୀରେ ଗଂଜାମ ଜିଲ୍ଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ପ୍ରଶାନ୍ତ କୁମାର କର, ଜିଲ୍ଲା ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.