ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହେଲେ ବିଶିଷ୍ଟ ନାରୀ ନେତ୍ରୀ ଜୟନ୍ତୀ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ତଥା ବିଶିଷ୍ଟ ବିଜେଡି ନେତ୍ରୀ ଶ୍ରୀମତୀ ଜୟନ୍ତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ପଦବୀ ଭାବେ ମନୋନୀତ ହୋଇଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ଦ୍ଦେଶ କ୍ରମେ ଓ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସହମତି କ୍ରମେ ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ଵ ମିଳିଥିବାରୁ ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ପଦ୍ମପୁର ବିଧାନ ସଭା ଅଞ୍ଚଳର ବିଶେଷ କରି ମହିଳା ମାନଙ୍କ ବିକାଶ ଅଗ୍ରାଧିକାର ଦିଗରେ ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ପ୍ରକାଶ କରିଛନ୍ତି । ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗ କାମନା କରିଛନ୍ତି । ଶ୍ରୀମତୀ ବରିହା ବିଜୁ ମହିଳା ଜନତା ଦଳ ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ଓ ବିଶେଷ କରି ମହିଳା ମାନଙ୍କ ମଧ୍ୟରେ ଶୁଭେଚ୍ଛାର ଶୁଅ ଛୁଟୁଛି ।

Leave A Reply

Your email address will not be published.