csstore

ବ୍ଳକର ବିଭିନ୍ନ ସ୍କୁଲରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଅବହେଳା ଯୋଗୁଁ ଦୀର୍ଘ ବର୍ଷ ହେବ ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦବୀ ଖାଲି ପଡ଼ିଛି ଯାହା ଫଳରେ ଅନେକ ଥର ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନଙ୍କୁ ଅନକେ ଥର ଦାବୀ ମଧ୍ୟ କରି ଆସୁଥିଲେ । ହେଲେ ଦୀର୍ଘ ବର୍ଷ ପରେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍କୁଲରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ ଦେଇଥିବା ବେଳେ ସ୍ଥାନୀୟ ଅଭିଭାବକ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ତେବେ ବ୍ଳକର ସ୍ଥାନୀୟ ବାଳିକା ବିଦ୍ୟାଳୟରେ ଗଣିତ ଶିକ୍ଷୟତ୍ରୀ ଭାବରେ ଜୋଷ୍ଣ।ମୟୀ ତ୍ରିପାଠୀ କାର୍ଯ୍ୟଭାର ତୁଲାଉ ଥିଲେ । କିନ୍ତୁ ତାଙ୍କୁ କଅଁସର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ପଦୋନ୍ନତି ଦିଆଯାଇଛି । ତେବେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପଢୌକନ ଓ ଫୁଲଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ସରୋଜ ମିଶ୍ରଙ୍କୁ କେରମେଲି ହାଇସ୍କୁଲ, ଅଭିମନ୍ୟୁ ସାହୁଙ୍କୁ ଘୁନସର ହାଇସ୍କୁଲ, ଚାଣ୍ଡାଲ ମିଶ୍ରଙ୍କୁ ଡେଙ୍ଗ ହାଇସ୍କୁଲ, ଦୂତି କୃଷ୍ଣ ପଧାନଙ୍କୁ କରମତଳା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ଦିଆଯାଇ ଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ଦୀର୍ଘ ବର୍ଷ ପରେ ପଦବୀ ଗୁଡ଼ିକ ପୂରଣ ହେବା ପରେ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.