csstore

ସଂସ୍କୃତି ଭବନରେ ଗ୍ରନ୍ଥାଗାରିକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ଅଧିନସ୍ଥ ଜିଲ୍ଲା ପାଠାଗାରରେ ଅବସ୍ଥାପିତ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ ଓ ଉପେନ୍ଦ୍ର ଭଞ୍ଜ ପାଠାଗାରର ପରିଚାଳକ ରବୀନ୍ଦ୍ର ମହାରଣାଙ୍କ ପଦୋନ୍ନତି ହୋଇଥିବା ସାଂଗକୁ ଏ ନେଇ ଇତି ମଧ୍ୟରେ ଉଭୟଙ୍କ ବଦଳି ମଧ୍ୟ ହୋଇଯାଇଛି । ଏନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରର ସ୍ୱାଧିନତା ସଂଗ୍ରାମୀ ସ୍ମାରକୀ ଭବନ ପରିସରରେ ଏହି ଦୁଇଜଣଙ୍କୁ ଆନୁଷ୍ଠାନିକ ଭାବେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସଭାରେ ସଂସ୍କୃତି ବିଭାଗ ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଡଃ. ପ୍ରତାପ କୁମାର ସାହାଣୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥି ଭାବେ ଯୋଗଦେଇ ଉଭୟଙ୍କୁ ଉପଢୌକନ, ଉପହାର ସହ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରନ୍ଥାଗାରିକ ଅଶୋକ ମିଶ୍ର, ଆନନ୍ଦ ରାଉଳ, ଜଗନ୍ନାଥ ସାବତ, ସ୍ୱର୍ଣ୍ଣପ୍ରଭା ନାୟକ, କିରାଣୀ କେଶବ ବେହେରା, ଶାନ୍ତି ପଟ୍ଟନାୟକ, ଚନ୍ଦ୍ର ଶେଖର ଆଚାର୍ଯ୍ୟ, ମୂରଲି ଦାସ, ବିନାୟକ ଦାସ, ମନୋଜ ନାୟକ, ମୁନା ନାୟକ, ମନୋଜ ପଟ୍ଟନାୟକ, ଟୁକୁନା ଦାସ ଓ ସିମାଞ୍ଚଳ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରସଂଶା କରିଥିଲେ ।

jayashree
Leave A Reply

Your email address will not be published.