ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । କବି ପ୍ରେମାନନ୍ଦ ବେହେରା ମୁଖ୍ୟଅତିଥି, ଅବନୀ କାନ୍ତ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଉପରେ ଆଲୋଚକମାନେ ଆଲୋଚନା କରିଥିଲେ । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ବିରେନ ପାଣ୍ଡେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ମାଧବ ବରିହା ଅଶୋକ ଓ ତରଣୀ ଭାଇ ଟୁନା ଟୁନି ନାଟକ ପରିବେଷଣ କରିଥିଲେ । ଦେବରଞ୍ଜନ ପଣ୍ଡା ଓ ସରସ୍ୱତୀ ଶିଶୁ ମନ୍ଦିରର ଭଉଣୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସିର୍ଜିନା ଶିଶୁ ଗ୍ରୁପ ଏବଂ ସିର୍ଜିନା ୟୁଟୁବ ଓ ସିର୍ଜିନା ଫେସ୍ବୁକ୍ କଳାପଟାର ସୁଭାରଙ୍ଗ କରାଯାଇଥିଲା । ସୋନପୁର, ବରଗଡ଼, ସମ୍ବଲପୁର ଜିଲ୍ଲାର ଅନେକ କବିମାନେ ଆସି ନିଜସ୍ଵ କବିତା ପଠନ କରିଥିଲେ । ଚନ୍ଦନ ସାହୁ ଓ ବେଦବ୍ୟାସ ମେହେରଙ୍କୁ ପ୍ରଥମ ସିର୍ଜିନା ସେବକାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୀଷ୍ମଦେବ ସାହୁ, ସଂଜୀବ ସାହୁ, ରାଧା ମୋହନ ପୁଝରୀ ଆରଦ୍ରା ବାଘ, ଚିତ୍ତରଞ୍ଜନ ବିଶି, ରମାକାନ୍ତ ସାହୁ, ପ୍ରତିମା ବାରିକ, କୃଷ୍ଣଚନ୍ଦ୍ର ମଲ୍ଲିକ ଫକୀର ମୋହନ ଦାସ, ଶିବ ପ୍ରସାଦ ମେହେର, ବିପିନ ପାଣ୍ଡେ, ଜୀବନ୍ତ ପଧାନ ଚନ୍ଦ୍ରଭାନୁ ବେହେରା, ଯୁଗୀନ୍ଦ୍ର ମେହେର ଆଶିଷ ସାହୁ, ଯୁବରାଜ କୁଦେଇ, ଶୁଭମ ଶତପଥୀ ପ୍ରମୁଖ କବି ମାନେ ଯୋଗ ଦେଇଥିଲେ । ଶେଷରେ ସନକ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post