ବୃକ୍ଷର ମହାନତା ଜାଣିଲେ ମା’ବହଳ ତଲିଏନ ଡ୍ରାଇଭର ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘ମୋ ଜୀବନର ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜେ କରୋନା ମହାମାରୀ ସମୟରେ ଦୁଃଖରେ ରହି ମଧ୍ୟ ଏ ଦେଶ ଦୁନିଆର କଥା ବିଚାର କରି ଅକ୍ସିଜେନ ଅଭାବକୁ ଦୂର କରିବାକୁ ଯାଇ ପଦ୍ମପୁର ଉପଖଣ୍ଡ ଗାଇସିଲାଟର ଡ୍ରାଇଭର ଭାଇମାନେ ରାସ୍ତାକଡରେ ବୃକ୍ଷ ରୋପଣ କରିଛନ୍ତି । କରୋନା ମହାମାରୀ ସମୟରେ ଗାଡି ମଟର ଠପ ହୋଇଥିଲା, ବହୁତ କଷ୍ଟରେ ପରିବାର ପୋଷଣ କରିଥିଲେ । ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଅନୁରୋଧ କରି ରାସ୍ତାରୋକ ମଧ୍ୟ କରିଥିଲେ କିନ୍ତୁ କିଛି ସୁଫଳ ହେଲା ନାହିଁ । କରୋନା ସମୟରେ ଅକ୍ସିଜେନ କେତେ ଯେ ଆବଶ୍ୟକ ତାହା ଡ୍ରାଇଭର ଭାଇମାନେ ଠିକ ଉପଲବ୍ଧି କରିଛନ୍ତି । ‘ବୃକ୍ଷ ବିନା ବଞ୍ଚିବା ଅସମ୍ଭବ’ ବୃକ୍ଷ ରୋପଣ କରି ଅକ୍ସିଜେନ ଅଭାବକୁ ଦୂର କରିବା ଏହି ଉଦ୍ଦେଶ୍ୟ ନେଇ ବୃକ୍ଷ ରୋପଣ କରିଛନ୍ତି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ମା’ ବହଳ ତଳିଏନ ଡ୍ରାଇଭର ସଂଘ ଗାଇସିଲାଟ ସଭାପତି ରାମଚନ୍ଦ୍ର ବାଗ, ସେକ୍ରେଟାରୀ ଲଷ୍ମନ ବାଗ, କୋଷାଧ୍ୟକ୍ଷ ରବି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.