jsm

ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ତିଆଢିପା କ୍ଲଷ୍ଟର ଅନ୍ତର୍ଗତ ହଲନଦାଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶିରାମ ଡୁଙ୍ଗୁରିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ଯୁଧିଷ୍ଠିର ସାହୁଙ୍କ ସଭାପତିତ୍ୱରେ ହଲନଦାଦର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ମୁଖ୍ୟବକ୍ତା ସହକାରୀ ଗୋଷ୍ଠୀ ଅଧିକାରୀ ପ୍ରେମାନନ୍ଦ ବାରିକ, ସମ୍ମାନିତ ଅତିଥି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀ, ପାଇକମାଲ ସିଆରସିସି ମହାଦେବ ବେହେରା ଯୋଗଦେଇ କେଶିରାମ ଡୁଙ୍ଗୁରିଙ୍କୁ ସମ୍ବର୍ଦ୍ଧନା ସମେତ ତାଙ୍କର ପ୍ରୋଭିଜିନାଲ ପେନସନ କାଗଜ ପତ୍ର ବିଇଓ ପ୍ରଦାନ କରିଥିଲେ । ସଭାରେ ମାଣ୍ତିଆଢିପା ସିଆରସିସି ଡୋଲାମଣି ମାହାର ପରିଚାଳନା କରିଥିଲେ । ଗ୍ରାମବାସୀ ସହିତ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ, ନିମାଇଁ ଚରଣ ସ୍ୱାଇଁ, ସଞ୍ଜୟ କୁମାର ସାହୁ, ଡୋଲାମଣି ଭୋଇ, ନବ କିଶୋର ଯୋଶୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ଶିକ୍ଷକ ରୂପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.