ଅଧିକୃତ ପିଓକେ ଅଂଚଳକୁ ପାକିସ୍ତାନ ଖାଲି କରିବା ଉଚିତ : ବୈଦେଶିକ ମନ୍ତ୍ରଣାଳୟର କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ : ପାକିସ୍ତାନର ବେଆଇନ ଭାବେ ଦଖଲ ହୋଇଥିବା କାଶ୍ମୀରରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ମନ୍ତବ୍ୟ ଦେଇଛି । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଖୋଲାଖୋଲି ଭାବେ ପାକିସ୍ତାନକୁ କହିଛି ଯେ, ପିଓକେ ଅଞ୍ଚଳରେ ପାକିସ୍ତାନର କୌଣସି ଅଧିକାର ନାହିଁ ଏବଂ ଶୀଘ୍ର ସେହି ଅଞ୍ଚଳ ଖାଲି କରିବା ଉଚିତ । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପିଓକେ ନିର୍ବାଚନରେ ​​ଭାରତ ଦୃଢ଼ ବିରୋଧ କରିଛି ଏବଂ ପିଓକେ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ।

ଭାରତ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ପିଓକେରେ ବେଆଇନ ଭାବେ ନିର୍ବାଚନ କରୁଛି ଏବଂ ସେଠାକାର ଲୋକମାନେ ମଧ୍ୟ ସେହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏଭଳି ଅଭ୍ୟାସ ପାକିସ୍ତାନର ବେଆଇନ ଦଖଲକୁ ଲୁଚାଇ ପାରିବ ନାହିଁ କିମ୍ବା ଏହି ଅଞ୍ଚଳର ଲୋକଙ୍କୁ ସ୍ୱାଧୀନତାରୁ ବଞ୍ଚିତ କରିପାରିବ ନାହିଁ ।

ପାକିସ୍ତାନ ଏହାର ବେଆଇନ ଭାବେ ଅଧିକୃତ କାଶ୍ମୀର (ପିଓକେ)ରେ ନିର୍ବାଚନ କରୁଛି ଏବଂ ସେଠାରେ ଥିବା ଲୋକମାନେ ମଧ୍ୟ ସେହି ନିର୍ବାଚନକୁ ଗ୍ରହଣ କରୁନାହାଁନ୍ତି, ଯେଉଁଥିପାଇଁ ରବିବାର ଦିନ ଅନେକ ସ୍ଥାନରେ ହିଂସା ଦେଖାଦେଇଛି । ସେଠାରେ ଥିବା ଲୋକଙ୍କଠାରୁ ସ୍ୱର ମଧ୍ୟ ଉଠିଛି ଯେ, ସେମାନେ ଭାରତର ସାହାଯ୍ୟ ନେବାକୁ ଦ୍ୱିଧା କରିବେ ନାହିଁ ।

Leave A Reply

Your email address will not be published.