csstore

‘ନବୀନ’ର ୯୨ତମ ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ

  • ପ୍ରତିଷ୍ଠାତା କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାପ୍ତାହିକ ‘ନବୀନ’ ସମ୍ବାଦପତ୍ରର ୯୨ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ସଂଖ୍ୟା ବୁଧବାର ଉନ୍ମୋଚିତ ହୋଇଯାଇଛି । ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଭେଷଜବିତ୍‌ ପ୍ରଫେସର ଡ଼ା. ପି.ସି. ସାହୁ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ନାଟ୍ୟକାର ମେଜର ରମାରମଣ ପାଢ଼ୀ, ସମ୍ମାନିତ ଅତିଥି ଭାବେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିିପାଠୀ ଓ ବରିଷ୍ଠ ଜୟବାୟୁ ବୈଜ୍ଞାନିକ ଡ଼.ଡ଼ମ୍ବରୁଧର ସାହୁ ପ୍ରମୁଖ ଯୋଗଦେଇ ନବୀନର ଉତ୍ତେ।ରତ୍ତର ଶ୍ରୀବୃଦ୍ଧି କାମନା କରିବା ସହ ‘ନବୀନ’ର ଏକ ଐତିହାସିକ ପଟ୍ଟଭୂମି ରହିଥିବାରୁ ଏହା କେବଳ ସମ୍ବାଦପତ୍ର ନୁହଁ ବରଂ କବି, ସାହିତ୍ୟିକ ଓ ଗବେଷକମାନଙ୍କ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ସମାଜସେବୀ ତଥା ଭଗବତ୍‌ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଏସ.ପ୍ରକାଶ ଚନ୍ଦ୍ର ପାତ୍ର, କରମ୍ଭା କମାଣ୍ଡେ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ରାମକୃଷ୍ଣ ପାତ୍ର ଓ ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଉମା ଶଙ୍କର ପ୍ରସାଦଙ୍କୁ ‘ନବୀନ’ର ପ୍ରତିଷ୍ଠାତା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଉଦ୍ଦେଶ୍ୟରେ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ‘ନବୀନ’ର ସହ ସମ୍ପାଦକ ସୁଶାନ୍ତ କର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କପିଳ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସାମ୍ବାଦିକ ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ବନ୍ଦନା ମହାପାତ୍ର, ସରିତା ପଣ୍ଡା, ବସନ୍ତ କୁମାର ଅଧିକାରୀ, ରୋଟାରୀ କ୍ଲବର ସଭାପତି କାମରାଜୁ ମହାରଣା, ମାନସ ରଞ୍ଜନ ତ୍ରିପାଠୀ, ଶିକ୍ଷାବିତ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.