ppurohit

ଭାରତୀୟ ଜନତା ଯୁବମୋର୍ଚ୍ଚାର ସାଙ୍ଗଠାନିକ ବୈଠକ

2nd

ପଦ୍ମପୁର, (ନିରେଜ କୁମରେ ପାଣୀ) : ଆଜି ପଦ୍ମପୁରଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ମନୋନୀତ ହୋଇଥିବା ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରୋସନ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର ଯୋଗଦେଇ ଆଗାମୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ନିର୍ବାଚନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜୟୀ କରାଇବାକୁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ଵାନ ଦେଇଥିଲେ । ସାଧାରଣ ଜନତାଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତସ୍ତରରୁ ଭାଜପା କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇ ଆସିବା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ସଭାରେ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଇଂଜିନିୟର କୁନାଲ ପାଣିଗ୍ରାହୀ ସଙ୍ଗଠନର ଆଗାମୀ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିବା ସହ ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ସଙ୍କଳ୍ପ ନେବାକୁ କହିଥିଲେ । ନୂତନ ଭାବେ କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଭାବେ ଗୁରୁ ଦାୟିତ୍ୱ ପାଇଥିବା ବୋରାସମ୍ବର ମାଟିର ସୁପୁତ୍ର ଟାଣୁଆ ଯୁବନେତା ପ୍ରୀତେଶ କୁମାର ବହିଦାରଙ୍କୁ ଏହି ସଭାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସଭାରେ ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସାମନ୍ତ ମୁନା, ଜିଲ୍ଲା ସଂଯୋଜକ ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ବରିକେଲ ମଣ୍ଡଳ ସଭାପତି ରାଜେନ୍ଦ୍ର ମିର୍ଦ୍ଧା, ଦହିତା ମଣ୍ଡଳ ସଭାପତି ରମଣି ରଞ୍ଜନ ହୋତା, ଜଗଦଲପୁର ମଣ୍ଡଳ ସଭାପତି ଜୟ ପ୍ରକାଶ ପ୍ରଧାନ, ପାଇକମାଳ ମଣ୍ଡଳ ସଭାପତି ପଞ୍ଚମ ବେହେରା, ଝାରବନ୍ଧ ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ, ମାଣ୍ଡୋଶିଲ ମଣ୍ଡଳ ସଭାପତି କେଦାର କୁମାର, ଦିନେଶ ବାରିକ, ରାଜିବ ବୁଦ୍ଧିଆ, ମୋତିଲାଳ ଧାରୁଆ, ଉପେନ୍ଦ୍ର ଆଗ୍ରେ ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ନଗର ମଣ୍ତଳ ସଭାପତି ପ୍ରମୋଦ କୁମାର ମେହେର ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.