ବରଗଡ଼ ମହିଳା ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ପୁରାତନ ବରଗଡ଼ ମହିଳା ସମିତି ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ଏକ ଦାବୀପତ୍ର ବରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସମିତିର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ରଙ୍କ ନେତୃତ୍ୱରେ ସଭ୍ୟାମାନେ ଉକ୍ତ ଦାବୀ ସମ୍ପର୍କରେ ଇଓଙ୍କୁ ଅବଗତ କରାଇଥିଲେ । ବିଶେଷ କରି ସମିତିର କାର୍ଯ୍ୟାଳୟ ଅତିବ ପୁରାତନ ହୋଇଯାଥିବାରୁ ଜରାଜୀର୍ଣ୍ଣ ଅବସ୍ଥା ଆସିଲାଣି । ଫଳରେ ଏହାର ତୁରନ୍ତ ମରାମତି କରାଗଲେ ଭଲ ହୁଅନ୍ତା ବୋଲି କହିଥିଲେ । ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ନିଜେ ଯାଇ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ମରାମତି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ସମିତିର ସମ୍ପାଦିକା ହରଜିନ୍ଦର କୌର, ସୁଧାପ୍ସସୁବାଳା ଦାଶ, ବନଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.