ଚାଲିଗଲେ ଶିକ୍ଷୟିତ୍ରୀ ଅଞ୍ଜଳି ଉଦଗାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷୟିତ୍ରୀ ଅଞ୍ଜଳି ଉଦଗାତାଙ୍କ ଦେହାନ୍ତ ହୋଇଯାଇଛି । ଶିକ୍ଷୟିତ୍ରୀ ଉଦଗାତା ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିଲେ । ବଲାଙ୍ଗିର ସହରର ମାଲପଡା ନିବାସୀ ଶିକ୍ଷୟିତ୍ରୀ ଉଦଗାତା ଜଣେ ପରୋପକାରୀ, ପଶୁପ୍ରେମୀ, ଛାତ୍ରବତ୍ସଳ ଏବଂ ଆଦର୍ଶ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.