ଆଜି କାର୍‌ଗିଲ ବିଜୟ ଦିବସ : ଭାରତୀୟ ଯବାନଙ୍କୁ ସଲାମ୍‌

ନୂଆଦିଲ୍ଲୀ : ଭାରତୀୟ ସେନାର ମୁହୁଁତୋଡ଼ ଜବାବ୍‌ ସାମ୍‌ନାରେ ପାକିସ୍ତାନ ଭୟଭୀତ ହୋଇ ପଡ଼ିଥିଲା ସେତେବେଳେ । ପାକିସ୍ତାନର ମନ୍ଦ ଚକ୍ରାନ୍ତ ସବୁ ବିଫଳ ହୋଇଥିଲା । ଛତ୍ରଭଂଗ ଦେଇଥିଲା ପାକିସ୍ତାନୀ ସେନା ।

ଆଜି ୨୨ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଦେଶ ମା’ରକୁ ରକ୍ଷା କରିବାକୁ ଯାଇ କାର୍‌ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହି ଦିବସକୁ ପ୍ରତିବର୍ଷ ପାଳନ କରାଯାଏ । ସାରା ଭାରତରେ ପାଳନ କରାଯାଉଛି କାର୍‌ଗିଲ ବିଜୟ ଦିବସ । କାର୍‌ଗିଲରେ ଭାରତୀୟ ସେନା ନିଜର ପ୍ରଚଣ୍ଡ ଶକ୍ତି ପ୍ରଦର୍ଶନ କରିଥିଲେ ଏବଂ ଆମ ଦେଶ ପାଇଁ ବିଜୟ ଆଣି ଦେଇଥିଲେ । କାର୍‌ଗିଲ୍‌ ଯୁଦ୍ଧରେ ପ୍ରାଣାହୁତି ଦେଇ ସହିଦ ହୋଇଥିବା ସୈନିକ ମାନଙ୍କୁ ସାରା ଦେଶ ଆଜି ସଲାମ୍‌ କରୁଛି, ଶ୍ରଦ୍ଧାଂଜଳି ଦେଉଛି ।

୨୨ ବର୍ଷ ତଳେ ଭାରତୀୟ ସେନା ଯେଉଁଭଳି ବୀରତ୍ୱ ଦେଖାଇ ବିଜୟ ହାସଲ କରିଥିଲେ, ସେହି ବୀରତ୍ୱ ଇତିହାସରେ କାଳ କାଳକୁ ବଂଚି ରହିବ । ପାକିସ୍ତାନୀ ଶତ୍ରୁମାନେ ଯେଉଁସବୁ ଅଂଚଳକୁ ଅକ୍ତିଆର କରି ରଖିଥିଲେ, ଭାରତୀୟ ସେନା ନିଜର ପରାକ୍ରମ ଦେଖାଇ ତାହା ଛଡେ଼ଇ ଆଣିବାରେ ସଫଳ ହୋଇଥିଲେ । ସବୁଠାରୁ ବଡ଼ ଗର୍ବର ବିଷୟ ଯେ, ଭାରତୀୟ ଯବାନମାନେ ୧୮ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇଥିଲେ ।

Leave A Reply

Your email address will not be published.