csstore

ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକ ପ୍ରକାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମିଶ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି, ୧୯୮୦-୧୯୮୯ ଦୁଇ ଥର ବଲାଙ୍ଗିରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ସମୟରେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ବହୁବିଧ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସେ ପ୍ରଦେଶ କଂଗ୍ରେସ କମିଟିରେ ଜଣେ ଟାଣୁଆ ନେତା ହିସାବରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳର ଅପୁରଣୀୟ କ୍ଷତି ହେଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା, ପିସିସି ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଉପ-ସଭାପତି ମନୀଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ସନ୍ତକ ବହିଦାର, ମହିଳା କଂଗ୍ରେସ ସଭାପତି ମିଳନୀ ସାହୁ, ଉମାଶଙ୍କର ପଣ୍ଡା, ପଞ୍ଚାୟତ ରାଜ ସଂଗଠନ ସଭାପତି ଅଜୟ ବାଲି, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ସୁନା, ଦଳିତ ନେତା ଜୈତିଷ ମୁଗ୍ରୀ, ଓମ୍‌ ପ୍ରକାଶ କୁମ୍ଭାର, ଲୋପନ ମିଶ୍ର, ଅଭିନାଶ ପ୍ରସାଦ ସାଏ, ପ୍ରକାଶ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଅଖଣ୍ଡ ସେଠ, ସଂଜୟ ମିଶ୍ର, କୈଳାସ ମିଶ୍ର, ଜୁଲୁ ପଟ୍ଟନାୟକ, ପବିତ୍ର ନେପାକଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀ ଶୋକ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.