csstore

ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ କୋଶଲୀ କଥାନୀ ପୁସ୍ତକ ‘ଚଡକ୍’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ କୋଶଲୀ କଥାନୀ ପୁସ୍ତକ ‘ଚଡକ୍’ର ଲୋକାର୍ପଣ ସମାରୋହ ଚନ୍ଦ୍ରଶେଖର ନଗର ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ ସମେତ ଲୋକ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ, କଥାନୀକାର କୃଷ୍ଣଚନ୍ଦ୍ର ବାରିକ, କବି ସନ୍ଦୀପ କୁମାର କୁଅଁର, ‘ତହଁକ’ର ସଂପାଦକ ରାଜେଶ ଦଣ୍ଡସେନା, ଲେଖକ ରାଜୁ ବଢାଇ, ଭକ୍ତ ବନ୍ଧୁ ଯୋଷୀ, ପୁରୁଷୋତ୍ତମ ପଣ୍ଡା, ଗରୁଡଧ୍ୱଜ ସାଏ ପ୍ରମୁଖ କଥାନୀ ସଂକଳନକୁ ଲୋକାର୍ପଣ କରି କୋଶଲୀ କଥାନୀର ଧାରା ସଂପର୍କରେ ତଥା ଆମ ଅଞ୍ଚଳର ସାହିତ୍ୟିକ କୃତି ସଂପର୍କରେ ଆଲୋଚନା କରିଥିଲେ । କୋଶଲୀ ଭାଷାରେ କବିତାର ଧାରା ବଳିଷ୍ଠ ଥିବା ବେଳେ କଥାନୀର ଧାରାକୁ କୃଷ୍ଣଚନ୍ଦ୍ର ମହାକୁରଙ୍କ ଏହି ସଂକଳନ ସମୃଦ୍ଧ କରିବ ବୋଲି ମତ ପ୍ରକାଶ କରିଥିଲେ ଆଲୋଚକମାନେ ।

jayashree
Leave A Reply

Your email address will not be published.