ଆମ୍ବପୁଆରେ ପାଳିତ ହେଲା କୋଭିଡ ଗାଇଡ଼ ଲାଇନ କ୍ରମେ ଜଗନ୍ନାଥଙ୍କ ପହଣ୍ଡି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ୪୦ ନଂ. ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରାର ନୀତିକାନ୍ତି ଅନୁଯାୟୀ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଆମ୍ବପୁଆ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ ଖୁବକମ୍ ସଂଖ୍ୟକ ଭକ୍ତଙ୍କ ଗହଣରେ ପାରମ୍ପରୀ ରୀତିନୀତିର ସହ ଷୋଡଶପୂଜା ସହ ଠାକୁରଙ୍କୁ ପହଣ୍ଡି କରଯାଇଥିଲା । ମୁଖ୍ୟ ପୂଜାରୀ ଭାବେ ବୁଲା ପାଢ଼ୀ ଦାୟିତ୍ୱ ସମ୍ପାଦନା କରିଥିବା ବେଳେ ଶରତ ପାଢ଼ୀ, ଦିଲୀପ ପାଢ଼ୀ, କୁନା ପାଢ଼ୀ, ଶାନ୍ତୁନ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ଆସିଥିବା ଭକ୍ତ ଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ଏହି ଅବସରରେରେ ଯୁବ ସାମ୍ବାଦିକ ସାଗର ମହାରଣା, ପୂର୍ବତନ କର୍ପୋରେଟର ଜି. ଗୋପଳ ରେଡ୍ଡୀ, ଯୁବ ସଂଗଠକ ଶିବ ମହାରଣା, ସୀମାଞ୍ଚଳ ମହାରଣା, ସୌମ୍ୟ ରଞ୍ଜନ ପାଢ଼ୀ, ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.